Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିଜୟ ମାଲ୍ୟାଙ୍କୁ PMLA କୋର୍ଟଙ୍କ ଝଟକା, ଜବତ ସମ୍ପତ୍ତି ବ୍ୟାଙ୍କ କନସୋର୍ଟିୟମଙ୍କୁ ଦେବା ଲାଗି ନିର୍ଦ୍ଦେଶ

1/06/2021 at 7:47 PM

ମୁମ୍ବାଇ ୧।୬: ବ୍ୟାଙ୍କ ଋଣ ଠକେଇ ମାମଲାରେ ମୁମ୍ବାଇ ପ୍ରିଭେନସନ୍‌ ଅଫ ମନିଲଣ୍ଡ୍ରିଂ ଆକ୍ଟ ( ପିଏମଏଲଏ) ସ୍ୱତନ୍ତ୍ର କୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୯ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଋଣ ନେଇ ଫେରାର ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଜବତ ସମ୍ପତ୍ତି ବ୍ୟାଙ୍କ କନସୋର୍ଟିୟମଙ୍କୁ ଦେବା ଲାଗି  ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି) ମାଲ୍ୟାଙ୍କ ସମ୍ପତ୍ତିସବୁ ଜବତ କରିଥିଲେ। ସ୍ୱତନ୍ତ୍ର କୋର୍ଟଙ୍କ ବିଚାରପତି ଜେ.ସି ଜଗଦ୍ଦାଲେଙ୍କ ଦ୍ୱାରା ସପ୍ତାହକ ମଧ୍ୟରେ ଗୃହୀତ ଏହା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ରାୟ। କୋର୍ଟରେ ମାଲ୍ୟାଙ୍କ ପକ୍ଷରୁ ଉପସ୍ଥିତ ଓକିଲ ନିଷ୍ପତ୍ତିକୁ ବିରୋଧ କରି ବ୍ୟାଙ୍କ ସମୂହଙ୍କୁ ଦିଆଯାଉଥିବା ସମ୍ପତ୍ତିଗୁଡିକର ସାମୂହିକ ମୂଲ୍ୟ ଅନେକ କୋଟି ଟଙ୍କା ହେବ ବୋଲି କହିଥିଲେ।

ତେବେ ମାଲ୍ୟା ନେଇଥିବା ଋଣ ଅସୁଲ ଲାଗି ଭାରତୀୟ ଷ୍ଟେଟବ୍ୟାଙ୍କ ନେତୃତ୍ୱରେ ୧୭ଟି ବ୍ୟାଙ୍କଙ୍କ ସମୂହ ଜବତ ସମ୍ପତ୍ତି ହାସଲ ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ବ୍ୟାଙ୍କମାନଙ୍କ ଆବଦେନ ଉପରେ ରହିତାଦେଶ ଲାଗି ମାଲ୍ୟାଙ୍କ ପକ୍ଷରୁ କରାଯାଇଥିବା ଆବେଦନ କୋର୍ଟରେ ପୂର୍ବରୁ  ଅଗ୍ରାହ୍ୟ  ହୋଇଯାଇଥିଲା। 

ମାଲ୍ୟା ତାଙ୍କର କିଙ୍ଗଫିସର ଏୟାର ସଞ୍ଚାଳନ ଲାଗି ଏସବିଆଇଙ୍କ ନେତୃତ୍ୱରେ ବ୍ୟାଙ୍କ କନସୋର୍ଟିୟମଙ୍କ ଠାରୁ ୯ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇଛନ୍ତି। ତେବେ ମାଲ୍ୟାଙ୍କ ବିମାନ କମ୍ପାନୀ କ୍ଷତିରେ ଚାଲି ବନ୍ଦ ହୋଇଯାଇଥିବା ବେଳେ ବିମାନଗୁଡିକ ଏଣେତେଣେ ରହିଛନ୍ତି। ଏଥିରେ ସ୍ୱତନ୍ତ୍ର କୋର୍ଟଙ୍କ ଅନୁମତି ବ୍ୟାଙ୍କ କନସୋର୍ଟିୟମଙ୍କୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।  

   Related Posts