Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଦୁଇ ହଜାର ଟଙ୍କାରେ ମିଳୁଛି ପିଏମ୍ କିଷାନ୍ ଯୋଜନାର ଫେକ୍ ଆଇଡି କାର୍ଡ !

2/08/2019 at 5:46 PM

ସାଲେପୁର ୨|୮: ସାଲେପୁର କୃଷି ଜିଲ୍ଲା ନୁହେଁ ସାରା ଓଡିଶାରେ ଏହାର ଚେର ଲମ୍ବିଛି ।  ଚାଷୀ ଆଇଡି କାର୍ଡ ଖୋଲିବାକୁ ସାଇବର କାଫେରେ ନାହିଁ ନଥିବା ଭିଡ । WWW.KISAN.GOV.IN ୱେବସାଇଟରେ ମାତ୍ର ୧୦ ମିନିଟରେ ଏହି ଆଇଡି କାର୍ଡ ଖୋଲାଯାଉଛି । ପିଏମ୍ କିଷାନ୍ ଯୋଜନାରେ ୨ ହଜାର ଟଙ୍କା ମିଳିବା ଲୋଭରେ ଏଭଳି ଫେକ୍ ଆଇଡି କାର୍ଡ କରିବା ପାଇଁ ଲମ୍ବା ଲାଇନ ଲାଗୁଛି । କିନ୍ତୁ ଏନେଇ ଜିଲ୍ଲା ପ୍ରଶାସନ ପାଖରେ କିଛି ଖବର ନାହିଁ । କୃଷି ଅଧିକାରୀ ମଧ୍ୟ ଏହି ଘଟଣା ସମ୍ପର୍କରେ ଜାଣି ନଥିବା କହୁଛନ୍ତି । WWW.KISAN.GOV.IN ୱେବସାଇଟ୍ କେନ୍ଦ୍ର କୃଷି ମନ୍ତ୍ରାଳୟର ୱେବସାଇଟ୍ ବୋଲି ଦାବି କରାଯାଉଛି । ଏହି ୱେବସାଇଟରୁ ସରକାରଙ୍କ ବିଭିନ୍ନ ଯୋଜନାରେ ସୁବିଧା ଉପଲବ୍ଧ ବୋଲି ଦର୍ଶାଯାଇଛି । ଗତ କିଛି ମାସ ହେବ ଏହି ସାଇଟର ମାୟାରେ ପଡ଼ିଛନ୍ତି ଲକ୍ଷ ଲକ୍ଷ ଚାଷୀ । ଏହାର ସୁଯୋଗ ନେଇ ମାଲାମାଲ ହେଉଛନ୍ତି ଦଲାଲ ।

   Related Posts