Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଆସନ୍ତା ୪ ଦିନ ପାଇଁ କରନ୍ତୁନି ଏହି ଭୁଲ : ମିଳିବ ୪ ଲକ୍ଷ ଟଙ୍କା ଲାଭ

27/05/2019 at 9:34 AM

ନୂଆଦିଲ୍ଲୀ ୨୭/୫ : ମେ ମାସ ସରିବାକୁ ବାକି ରହିଲା ଆଉ ମାତ୍ର ୪ ଦିନ । ଏହି ୪ ଦିନରେ ଆପଣଙ୍କ ଏକ ଛୋଟ ଭୁଲ ପାଇଁ ଆପଣଙ୍କର ୪ ଲକ୍ଷ କ୍ଷତି ହୋଇପାରେ । ଏହି କ୍ଷତିରୁ ବଂଚିବା ପାଇଁ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ଖାତାରେ ମାତ୍ର ୩୪୨ ଟଙ୍କା ରଖିବାକୁ ପଡିବ । ଆସନ୍ତୁ ଜାଣିବା ପୁରା ଘଟଣା :


ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ସୁରକ୍ଷା ବୀମା ଯୋଜନା ଅନୁସାରେ ବାର୍ଷିକ କିସ୍ତି ମେ ୩୧ ତାରିଖକୁ କଟିବ । ଏହି ୨ଟି ଯୋଜନା ଅନୁସାରେ, ଖାତାଧାରୀଙ୍କୁ ମୋଟ ୪ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ ।


ଜୀବନ ଜ୍ୟୋତି ବୀମା ଯୋଜନା ଅନୁସାରେ, ବାର୍ଷିକ ୩୩୦ ଟଙ୍କା କଟିଥାଏ । ସୁରକ୍ଷା ବୀମା ଯୋଜନା ଅନୁସାରେ, ୧୨ ଟଙ୍କା କିସ୍ତି କଟିଥାଏ । ଅର୍ଥାତ ମେ ୩୧ ତାରିଖ ସୁଦ୍ଧା ଉଭୟ ଯୋଜନାରେ ମୋଟ ୩୪୨ ଟଙ୍କା ବାର୍ଷିକ ପ୍ରିମିୟମ କଟିବ ।


ଯଦି ଆପଣଙ୍କ ବ୍ୟାଙ୍କ ଖାତାରେ ମେ ୩୧ ତାରିଖ ସୁଦ୍ଧା ୩୪୨ ଟଙ୍କା ନଥିବା ତାହେଲେ ଦୁଇଟି ଯାକ ଯୋଜନା ରଦ୍ଦ ହୋଇଯିବ । ଯାହାଫଳରେ ଆପଣଙ୍କ ୪ ଲକ୍ଷ ଟଙ୍କାର ବୀମା କ୍ଷତି ହେବ । ଯୋଜନା ବେଳେ ହିଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଜରିଆରେ ବ୍ୟାଙ୍କ ଖାତାରେ ଲିଙ୍କ କରିଦିଆଯାଇଥାଏ ।


ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ୧୨ ଟଙ୍କା କଟିଥାଏ । ପ୍ରଧାନମନ୍ତ୍ରୀ ବୀମା ଯୋଜନାର ଲାଭ ସେହିମାନଙ୍କୁ ମିଳିବ ଯେଉଁମାନଙ୍କ ବୟସ ୧୮ ବର୍ଷରୁ ୭୦ ବର୍ଷ ମଧ୍ୟରେ ରହିଛି । ବୀମା କିଣୁଥିବା ଲୋକଙ୍କ ଯଦି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ କିମ୍ବା ଯଦି ସେ ବିକଳାଙ୍ଗ ହୋଇଯାନ୍ତି ତାହେଲେ ୨ ଲକ୍ଷ ଟଙ୍କା ଆପଣଙ୍କ ନମିନିକୁ ଦିଆଯିବ । ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ନିମ୍ନଲିଖିତ ସାଇଟକୁ ଯାଇ ଚେକ କରିପାରିବେ ।

http://www.jansuraksha.gov.in/ पर पढ़ सकते हैं. इसके अलावा टोल फ्री – 1800-180-1111 / 1800-110-001 नंबर पर भी जानकारी ली जा सकती है.

   Related Posts