ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ, ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ହିତାଧିକାରୀ

Published By : Prameya-News7 Bureau | August 01, 2019 IST

ବୌଦ୍ଧ ୧|୮:  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଆବାସ ଯୋଗାଇ ଦେବା ପାଇଁ ହିତାଧିକାରୀଙ୍କଠାରୁ ସରକାରୀ ବାବୁମାନେ ୧୦ହଜାର ଟଙ୍କା ଲାଂଚ ମାଗୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ନ୍ୟାୟ ପାଇଁ ସୁରୁଣ୍ଡି ଗ୍ରାମର ଶିବ କୁମାର ବିଶି ନାମକ ଜଣେ ହିତାଧିକାରୀ ହରଭଙ୍ଗା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ଶିବ ଦୀର୍ଘ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରି ଆସୁଛନ୍ତି । ଚଳିତ ବର୍ଷ ତାଲିକାରେ ତାଙ୍କ ନାଁ ଥିବାବେଳେ ଚଂଚକତା କରି ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଏଥିପାଇଁ ଶିବ ପିଇଓ ଏବଂ କନିଷ୍ଠ ଯନ୍ତ୍ରୀ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଅନସନରେ ବସିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.