ବୁହାନରୁ ଭାରତୀୟଙ୍କ ଉଦ୍ଧାର ଲାଗି Air India ପାଇଲଟଙ୍କୁ ଧନ୍ୟବାଦ ଜଣାଇଲେ ମୋଦି
13/02/2020 at 10:37 PM

ନୂଆଦିଲ୍ଲୀ ୧୩।୨: କରୋନା ଭାଇରସ ପ୍ରଭାବିତ ଚୀନର ବୁହାନ ସହରରୁ ଭାରତୀୟ ଓ ମାଲଦ୍ୱୀପ ନାଗିରକଙ୍କ ଉଦ୍ଧାର ଲାଗି ପ୍ରଧାନମନ୍ତ୍ରୀ ଏୟାର ଇଣ୍ଡିଆ ପାଇଲଟ, ଚାଳକଦଳ ସଦସ୍ୟ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ପ୍ରଶଂସାପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଗୁରୁବାର ଏହି ସୂଚନା ମିଳିଛି।

ପିଏମଓଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆର ପାଇଲଟ ଓ ଚାଳକ ଦଳ ସଦସ୍ୟଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଡାକ୍ତର ଓ କର୍ମଚାରୀଙ୍କୁ ବିଶେଷ ଅବସରରେ ଏହି ପ୍ରଶସ୍ତି ପତ୍ର ପ୍ରଦାନ କରାଯିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସେମାନଙ୍କୁ ଏହି ପ୍ରଶସ୍ତି ପତ୍ର ପ୍ରଦାନ କରିବେ। କରୋନା ପ୍ରଭାବିତ ବୁହାନ ସହରରୁ ଭାରତୀୟଙ୍କୁ ବାହାର କରିବା ଲାଗି ଏୟାର ଇଣ୍ଡିଆ ଜରୁରିକାଳୀନ ଅଭିଯାନ ହାତକୁ ନେଇଥିଲା। ଏଥିଲାଗି ଏୟାର ଇଣ୍ଡିଆ ୨ଟି ବିମାନ ପଠାଇଥିବା ବେଳେ ଦୁଇ ଥରରେ ୬୦୦ ଯାତ୍ରୀଙ୍କୁ ଭାରତ ଅଣାଯାଇଥିଲା।

ଉହାନରେ ପରିସ୍ଥିତି ଗୁରୁତର ଥିବା ଜାଣି ମଧ୍ୟ ଏୟାର ଇଣ୍ଡିଆ ଦେଶର ନାଗରିକଙ୍କ ଲାଗି ଏହି ପଦକ୍ଷେପ ନେଇଥିଲେ। ଏଥିଲାଗି ଏୟାର ଇଣ୍ଡିଆ ତାଙ୍କର ୨ଟି ବୋଇଂ ୭୪୭ ଚୀନ ପଠାଇଥିବା ବେଳେ ପାଇଲଟ, ଚାଳକଦଳ ସଦସ୍ୟଙ୍କ ସାଙ୍ଗରେ ଡାକ୍ତରୀ ଟିମ୍ ବି ଯାଇଥିଲେଯ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।