ଡ଼ିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଭାରତର ସବୁଠାରୁ ଦୀର୍ଘତମ ପୋଲ

Published By : Prameya-News7 Bureau | December 05, 2018 IST

ଦିବ୍ରୁଗଡ଼;୫/୧୨- ଭାରତର ସବୁଠାରୁ ଦୀର୍ଘତମ ପୋଲ ବୋଗିବେଲକୁ  ୨୫ଡ଼ିସେମ୍ବରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଆସାମ ଦିବ୍ରୁଗଡ଼ରୁ ଅରୁଣାଚଂଳ ପ୍ରଦେଶର ପଶିଘାଟ ପର୍ଯ୍ୟନ୍ତ  ରେଳବିଭାଗ ଦ୍ଵାରା ଏହି ପୋଲ ନିର୍ମାଣ କରାଯାଇଛି । ଏହି ପୋଲର ଲମ୍ବ ୪.୯କି.ମି ଓ ଏହା ବ୍ରହ୍ମପୁତ୍ର ନଦୀର ଜଳସ୍ତର ଠାରୁ ୩୨ମିଟର ଉଚ୍ଚରେ ଅଛି । ଏହି ପୋଲ ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ପୋଲ ହୋଇଥିବା ବେଳେ ୩ ଲେନ ବିଶିଷ୍ଟ ଅଟେ । ଏହି ପୋଲତଳେ ମଧ୍ୟ ୨ଲେନର ରେଳପଥ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଦେବଗୌଡ଼ା ଥିବା ସମୟରେ ୧୯୯୭ ମସିହାରେ ଏହି ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ବିଭିନ୍ନ କାରଣରୁ ଏହାର କାମ ଆରମ୍ଭ ହୋଇପାରୁ ନ ଥିଲା । ୨୦୦୨ ମସିହାରେ କାମ ଆରମ୍ଭ ହୋଇଥିବା ଏହି ପୋଲର ନିର୍ମାଣ ୨୦୧୭ ମସିହାରେ ସରିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାଏଁ ଉଦଘାଟନ ହୋଇପାରି ନ ଥିଲା । ଏହି ପୋଲ ସେନାବାହିନୀକୁ ସ୍ଥଳପଥରେ ଯୋଗାଯୋଗ ଓ ପରିବହନ ପାଇଁ ସାହାର୍ଯ୍ୟ କରିବ । ଏହା ଅରୁଣାଂଚଳ ପ୍ରଦେଶର ଚାଇନା ସୀମାରେ ହୋଇଥିବାରୁ ଅତି ସଂବେଦନଶୀଳ ଅଂଚଳ ଅଟେ । ପୂର୍ବରୁ ସେନାବାହିନୀ ସୀମା ସହିତ ଯୋଗାଯୋଗ କରିବାକୁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିଲା । ଏହା ମଧ୍ୟ ଦିବ୍ରୁଗଡ଼ରୁ ଦିଲ୍ଲୀ ଯୋଗାଯୋଗ ପାଇଁ ସହଜ ହୋଇଗଲା । ପୂର୍ବରୁ ଦିବ୍ରୁଗଡ଼ରୁ ଭାୟା ଗୌହାଟି ଦେଇ ଦିଲ୍ଲୀ ପହଂଚିବାକୁ ୩୭ ଘଣ୍ଟା ସମୟ ଲାଗୁଥିଲା । କିନ୍ତୁ ଏହି ପୋଲ ଉଦଘାଟନ ପରେ ମାତ୍ର ୩ଘଣ୍ଟାରେ ଦିଲ୍ଲୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.