Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସମ୍ପତ୍ତି ସୂଚୀ ଦାଖଲ କଲେ ମୋଦି, ଜାଣନ୍ତୁ କେତେ ଧନୀ ଭାରତର ପ୍ରଧାନମନ୍ତ୍ରୀ

15/10/2020 at 4:03 PM

ନୂଆଦିଲ୍ଲୀ ୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ସୂଚୀ ଦାଖଲ କରିଛନ୍ତି। ଏଥିରେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୨କୋଟି ୮୫ ଲକ୍ଷ ଟଙ୍କା ଦର୍ଶାଇଥିବା ବେଳେ ଗତ ବର୍ଷ ତୁଳନାରେ ତାଙ୍କ ଆର୍ଥିକ ଆୟରେ ୩୬ ଲକ୍ଷ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି। ଏହି ରାଶି ବ୍ୟାଙ୍କରେ ଜମା ଥିବା ଟଙ୍କା, ମିଆଦି ଜମାରୁ ମିଳୁଥିବା ସୁଧ ଏବଂ ବ୍ୟୟ ପରେ ବଳକା ଦରମାରୁ ଆୟ ହୋଇଥିବା ପ୍ରଧାନମନ୍ତ୍ରୀ ହିସାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଦାଖଲ କରିଥିବା ତାଙ୍କ ବାର୍ଷିକ ରିପୋର୍ଟରେ ସେ ଟଙ୍କାଟିଏ ବି ଋଣ କରି ନଥିବା ବେଳେ ଏବାବଦରେ ତାଙ୍କର ବ୍ୟୟ ନଥିବା ଦର୍ଶାଇଛନ୍ତି। ତାଙ୍କ ମିଆଦୀ ଜମା ଖାତାରେ ୧.୬ କୋଟି ଟଙ୍କା ଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଥିବା ବେଳେ ସଞ୍ଚୟ ଜମା ଖାତାରେ ୩ଲକ୍ଷ ୩୮ ହଜାର ଟଙ୍କା ଜମା ରହିଛି।  ଡାକଘର ସଞ୍ଚୟ ସାର୍ଟିଫିକେଟ୍ (ଏନଏସସି)ରେ ପ୍ରଧାନମନ୍ତ୍ରୀ ୮ଲକ୍ଷ ୪୦ ହଜାର ଟଙ୍କା ନିବେଶ କରିଥିବା ବେଳେ ଶୁଳ୍କ ମୁକ୍ତ ବଣ୍ଡରେ ୨୦ ହଜାର ଟଙ୍କା ନିବେଶ କରିଛନ୍ତି। ମୋଦିଙ୍କର ଦେଢ ଲକ୍ଷଟଙ୍କାର ଜୀବନ ବୀମା ରହିଛି।

ଗୁଜୁରାଟ ଗାନ୍ଧି ନଗରରେ ଥିବା ମୋଦିଙ୍କ ଘରର ମୂଲ୍ୟ ୧.୧କୋଟି ଟଙ୍କା ଅନୁମାନ କରିଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଭାଗ ୨୫ ପ୍ରତିଶତ ଦର୍ଶାଇଛନ୍ତି।  ତାଙ୍କ ନିକଟରେ ହ୍ୟାଣ୍ଡ ଇନ କ୍ୟାସ୍‌ ବାବଦେ ୩୧ ହଜାର ୪୫୦ ଟଙ୍କା ରଖିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ କୌଣସି ବାହନ ନାହିଁ।   ସ୍ୱର୍ଣ୍ଣ ଆଭୁଷଣ ଭାବେ ତାଙ୍କର ୪ଟି ସୁନା ମୁଦି ଥିବା ସୂଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ମୋଦି ମାସିକ ୨ଲକ୍ଷ ଟଙ୍କା ବେତନ ପ୍ରାପ୍ତ କରୁଛନ୍ତି। ତେବେ ଦେଶରେ କରୋନା ଭାଇରସ ମହାମାରୀ ଯୋଗୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, କ୍ୟାବିନେଟ ସଦସ୍ୟ ଓ ସାଂସଦମାନଙ୍କ ଦରମାରୁ ୩୦ ପ୍ରତିଶତ କାଟ ହେଉଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ବେତନରୁ ୩୦ ପ୍ରତିଶତ କଟାଉଛନ୍ତି।

   Related Posts