ସୂର୍ଯ୍ୟପରାଗକୁ ଲାଇଭ୍ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ
26/12/2019 at 11:20 AM

ନୂଆଦିଲ୍ଲୀ ୨୬।୧୨ – ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଛି । ବାରତରେ ବିଭିନ୍ନ ସ୍ଥାନରେ ଧାର୍ମିକ ବିଶ୍ୱାସ ଅନୁସାରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଅନେକ ଲୋକ ବି ଏହାକୁ ଲାଇଭ୍ ଦେଖିଥିଲେ । ଖାଲି ଆଖିରେ ଦେଖିବା ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଉଥିବାରୁ ଅନେକ ଲୋକ କଳା ଚଷମା ଓ ବିଭିନ୍ନ ପ୍ରୋଜେକ୍ସନରେ ଏହାକୁ ଦେଖିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂର୍ଯ୍ୟ ପରାଗକୁ ଲାଇଭ୍ ଦେଖିଛନ୍ତି । ଏହାର ଏକ ଫଟୋକୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ଦର୍ଶକମାନେ ଏହି ଫଟୋ ଉପରେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ମୋଦୀ ଦର୍ଶକମାନଙ୍କୁ ସୂର୍ଯ୍ୟପରାଗକୁ ଉପଭୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନେକ ଭାରତୀୟଙ୍କ ପରି ସେ ବି ସୂର୍ଯ୍ୟ ପରାଗ ଦେଖିବା ପାଇଁ ଉତ୍ସୁକ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି । ମାତ୍ର ବାଦଲ ଓ ମେଘୁଆ ପାଗ ଯୋଗୁଁ ସେ ଏହା ଦେଖି ପାରି ନଥିବା କହିଛନ୍ତି । ମାତ୍ର କୋଝିକୋଡରେ ଏହା ଦେଖାଯାଇଥିଲା । ବିଶେଷଜ୍ଞମାନଙ୍କ ସହ ତାଙ୍କର କଥା ବାର୍ତ୍ତା ହୋଇଥିବା କଥା ସେ ଉଲ୍ଲେଖ କରିଛନ୍ତି।