ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କମିସନରେଟ ଓ ଜ଼ିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି

Published By : Prameya-News7 Bureau | May 26, 2018 IST

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ଶେଷ କରିବା ପାଇଁ ଉଭୟ କମିସନରେଟ ଓ ଜ଼ିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ଜଣେ ଅତିରିକ୍ତ ପୁଲିସ କମିସନରଙ୍କ ସହିତ ୩ଜଣ ଡିସିପି, ୪ଜଣ ଅତିରିକ୍ତ ଡିସିପି, ୩ଜଣ କମାଣ୍ଡାଣ୍ଟ, ୬ଜଣ ଡେପୁଟି କମାଣ୍ଡାଣ୍ଟ, ୧୦ ଜଣ ଅତିରିକ୍ତ କମାଣ୍ଡାଣ୍ଟ, ୧୪ଜଣ ଡିଏସପି/ଏସିପି, ୩୧ଜଣ ଇନ୍ସପେକ୍ଟରୟ, ୧୧୯ଜଣ ଏସଆଇ ଓ ଏଏସଆଇ, ୧୨୦ଜଣ କନେଷ୍ଟବଳ, ୧୭୪ଜଣ କନେଷ୍ଟବଳ, ଦୁଇ ପଡ଼ିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ୪ ୟୁନିଟ୍ ଏସଓଜି ଯବାନ, ୨ୟୁନିଟ୍ କୁଇକ୍ ରିଆକ୍ସନ୍ ଟିମ୍, ୩ ୟୁନିଟ୍ ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ, ୨ୟନିଟ୍ ବୋମା ନିଷ୍କିୟକାରୀ ଦଳ, ସ୍ପେଶାଲ ସ୍କ୍ୱାଡଙ୍କୁ ରାତ୍ରିରୁ ନିୟୋଜିତ କରାଯାଇଛି । ସହରରେ ବିଭିନ୍ନ ପ୍ରବେଶ ଦ୍ୱାରରେ ବନ୍ଧୁକଧାରୀ ପୁଲିସ ମୁତୟନ କରାଯିବା ସହିତ ଯା’ଆସ କରୁଥିବା ଯାନବାହନ ଓ ଲୋକଙ୍କୁ ଅଟକ ରଖି ଯାଞ୍ଚ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.