ହାରିବ ଭାଇରସ,ଜିତିବ ଦେଶ: ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ
8/04/2021 at 8:06 AM

ନୂଆଦିଲ୍ଲୀ ୮/୪: ଭାଇରସକୁ ହରାଇବାର ଏକମାତ୍ର ଅସ୍ତ୍ର ଟିକାକରଣ । ୨ୟ ଡୋଜ୍ ଟିକା ନେବା ପରେ ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମସରେ ନମୋ ଆଜି ୨ୟ ଡୋଜ୍ ଟିକା ନେଇଛନ୍ତି । ଗତ ମାର୍ଚ୍ଚ ପହିଲାରେ ପ୍ରଥମ ଡୋଜ୍ ଟିକା ନେଇଥିଲେ ପ୍ରାଧନମନ୍ତ୍ରୀ ।
Got my second dose of the COVID-19 vaccine at AIIMS today.
— Narendra Modi (@narendramodi) April 8, 2021
Vaccination is among the few ways we have, to defeat the virus.
If you are eligible for the vaccine, get your shot soon. Register on https://t.co/hXdLpmaYSP. pic.twitter.com/XZzv6ULdan
ଆଜି ପୁଣିଥରେ ଦେଶବାସୀଙ୍କୁ ଯଥାସମ୍ଭବ ଭ୍ୟାକସିନ୍ ନେବାକୁ ସେ ଅପିଲ୍ କରିଛନ୍ତି । ଟ୍ୱିଟ୍ କରି ସେ ଜନସାଧରଣଙ୍କୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଟିକା ହିଁ ଏକମାତ୍ର ଅସ୍ତ୍ର, ଯିଏ କି ଭାଇରସ ହରାଇବାରେ ଆମକୁ ସହାୟ ହେବ । ଯଦି ଆପଣ ଟିକା ନେବାକୁ ଯୋଗ୍ୟ ଅଛନ୍ତି ତାହେଲେ ତୁରନ୍ତ ରେଜିଷ୍ଟ୍ରେସନ କରାଇନିଅନ୍ତୁ । ଗତ ମାର୍ଚ୍ଚ ୧ରେ ପ୍ରାଧନମନ୍ତ୍ରୀ ଟିକାର ପ୍ରଥମ ଡୋଜ୍ ନେଇଥିଲେ ।