Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆମେରିକା ଗସ୍ତ ପୂର୍ବରୁ କହିଲେ ମୋଦି-ଏବେ ଆହୁରି ମଜଭୁତ ହେବ ଆମେରିକା ସହ ଭାରତର ସମ୍ପର୍କ

20/09/2019 at 10:40 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଳମ୍ବିତ ରାତ୍ରିରେ ଆମେରିକା ଗସ୍ତରେ ଯିବେ। ଏଥିଲାଗି ଗସ୍ତପୂର୍ବରୁ ଟ୍ୱିଟ୍ କରି କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେପ୍ଟେମ୍ବର ୨୭ ତାରିଖରେ ମୋଦି ଜାତିସଂଘ ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବେ ଓ ସେହି ଦିନ ଭାରତ ଫେରିଆସିବେ। ଏହି ୮ ଦିବସୀୟ ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ଏପରି କିଛି କାର୍ଯ୍ୟକ୍ରମ ରହିଛି ଯାହା ଆଗକୁ ଭାରତ ଓ ଆମେରିକା ସମ୍ପର୍କକୁ ଅଧିକ ପ୍ରଗାଢ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଏହି ୮ ଦିବସୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ହ୍ୟୁଷ୍ଟନରେ ‘ହାୱଡି ମୋଦି’ ସମେତ କେତେକ ସାକ୍ଷାତଆଲୋଚନାରେ ଭାଗ ନେବେ। ଏଥିରେ ଶକ୍ତି କ୍ଷେତ୍ରର ଟପ ସିଇଓମାନଙ୍କ ସହ ଆଲୋଚନା କରିବା ସହିତ ଆମେରିକାର ବିଭିନ୍ନ ଭାରତୀୟ ସମୂହ ଓ ବରିଷ୍ଠ ଆମେରିକୀୟ ନେତାଙ୍କୁ ଭେଟିବେ ବୋଲି ଉଲ୍ଲେଖ କରିଛନ୍ତି। ଏଥିରୁ ଭାରତ ସହ ଆମେରିକାର ସମ୍ପର୍କକୁ ବେଶ ଉର୍ଜା ମିଳିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଜାତି ସଂଘର କେତେକ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେବେ।

 ଏହା ଛଡା ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକ ଅବସରରେ ଭାରତ ପକ୍ଷରୁ ଜାତି ସଂଘରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି କାର୍ଯ୍ୟକ୍ରମ ଅବସରରେ ଭାରତ-ପ୍ରଶାନ୍ତ  ମହାସାଗର କ୍ଷେତ୍ରର ଦେଶମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ କାରିକମ ଗୋଷ୍ଠୀର ନେତାଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଏହି ଅବସରରେ ମିଲିଣ୍ଡା ଏଣ୍ଡ ଗେଟସ୍ ଫାଉଣ୍ଡେସନ ପକ୍ଷରୁ ‘ଗୋଲ କିପର୍ସ ଗୋଲସ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଉଥିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ରେ ସୂଚନା ଦେଇଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀ ଫାଉଣ୍ଡେସନକୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।  

   Related Posts