Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଟ୍ୱିଟ୍‌ରେ ‘ଏମାର୍ଜେନ୍ସୀ’କୁ ମନେ ପକାଇଲେ ମୋଦି, ଗଣତନ୍ତ୍ର ରକ୍ଷକଙ୍କୁ ଜଣାଇଲେ ଶତଶତ ନମନ !

25/06/2020 at 2:22 PM

ନୂଆଦିଲ୍ଲୀ ୨୫।୬: ଦେଶରେ ଜରୁରି କାଳୀନ ପରିସ୍ଥିତି ଜାରିକୁ ପୁରିଛି ୪୫ ବର୍ଷ । ୨୫ ଜୁନ୍ ୧୯୭୫ରେ ଦେଶରେ ଏମାର୍ଜେନ୍ସୀ ଘୋଷଣା ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ବାର୍ତ୍ତା ପୋଷ୍ଟ କରିଥିବା ବେଳେ ‘ ସେସମୟରେ ଯେଉଁମାନେ ଗଣତନ୍ତ୍ରର ସୁରକ୍ଷା ଲାଗି ସଂଘର୍ଷ କରିଥିଲେ, ଜାତନା ସହିଥିଲେ ସେମାନଙ୍କୁ ମୋର ଶତଶତ ନମନ ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୪୫ ବର୍ଷ ପୂର୍ବେ କ୍ଷମତା ଲୋଭରେ ଗୋଟିଏ ପରିବାର ସାରା ଦେଶକୁ ଜରୁରିକାଳୀନ ପରିସ୍ଥିତିକୁ ଠେଲିଦେଇଥିଲା ବୋଲି କହିଛନ୍ତି।

ମୋଦି ତାଙ୍କ ଟ୍ୱିଟ୍‌ରେ ଆଜକୁ ଠିକ୍‌ ୪୫ ବର୍ଷ ପୂର୍ବେ ଆମେ ଉପରେ ଆପତକାଳ ଲଦି ଦିଆଯାଇଥିଲା। ସେତେବେଳେ ଯେଉଁମାନେ ଦେଶର ଗଣତନ୍ତ୍ରର ସୁରକ୍ଷା ଲାଗି ସଂଘର୍ଷ କରିଥିଲେ ଦେଶ ସେମାନଙ୍କୁ ଭୁଲିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସେପଟେ ଜରୁରିକାଳୀନ ପରିସ୍ଥିତି ଜାରି କରି ସରକାର ସାରା ଦେଶକୁ କାରାଗାରରେ ରୂପାନ୍ତରିତ କରିଥିଲେ ବୋଲି ଅମିତ ଶାହ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି। ଗରିବ, ଦଳିତଙ୍କ ଉପରେ ନିର୍ଯାତନାର ପର୍ଯ୍ୟାୟ ଚାଲିଥିଲା। ଗଣମାଧ୍ୟମ, ନ୍ୟାୟାଳୟ ଓ ଅଭିବ୍ୟକ୍ତିର ଅଧିକାର ଉପରେ ତାଲା ଲଗାଇ ଦିଆଯାଇଥିଲା ବୋଲି ଶାହ ଉଲ୍ଲେଖ କରିଛନ୍ତି।

ତେବେ କ୍ଷମତା ଲୋଭି ପରିବାରର ଉଦ୍ଦେଶ୍ୟ  କିନ୍ତୁ ଏହା ଦ୍ୱାରା ପୂରଣ ହୋଇପାରିନଥିଲା। ଦେଶରେ ଲକ୍ଷଲକ୍ଷ ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ ଜେଲକୁ ଯାଇଥିଲେ। ଫଳରେ ସରକାର ଜରୁରିକାଳୀନ ପରିସ୍ଥିତି ପ୍ରତ୍ୟାହାର ଲାଗି ବାଧ୍ୟ ହୋଇଥିଲେ। ଦେଶରେ ପୁଣି ଗଣତନ୍ତ୍ର ସ୍ଥାପିତ ହୋଇଥିଲା। ହେଲେ ଆଜିବି କଂଗ୍ରେସରେ ଗଣତନ୍ତ୍ର ସ୍ଥାପିତ ହୋଇପାରିନଥିବା ଶାହ ଉଲ୍ଲେଖ କରିଛନ୍ତି।

   Related Posts