ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ; ତାଲକୋଟ୍ରା ଷ୍ଟାଡିୟମରେ କ୍ଲାସ୍ ନେବେ ମୋଦି, ଓଡିଶାରୁ ୧୭ ଛାତ୍ରଛାତ୍ରୀ ସାମିଲ

Published By : Prameya-News7 Bureau | January 29, 2019 IST

ନୂଆଦିଲ୍ଲୀ ୨୯|୧:  ଆଗକୁ ଆସୁଛି ପରୀକ୍ଷା । ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କୁ ଦେବେ ପରୀକ୍ଷା ପ୍ରସ୍ତୁତି ନେଇ ଟିପ୍ସ୍ । ଆଜି ପ୍ରଧାନମନ୍ତ୍ରୀ ଦିନ ୧୧ଟାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ କରିବେ ‘ପରୀକ୍ଷା ପେ ଚର୍ଚ୍ଚା’ । ତାଲକୋଟ୍ରା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ହେବ ।

{"id":79026}

ଦେଶର ଅନେକ ଛାତ୍ରଛାତ୍ରୀଙ୍କ ସହ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ସ୍କୁଲରୁ ୧୭ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏଥି ମଧ୍ୟରୁ ୯ ଜଣ ଝିଅ ଓ ୮ ଜଣ ପୁଅ ଭାଗ ନେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ବେଶ ଉତ୍ସାହିତ ଥିବା ବେଳେ, ପରୀକ୍ଷାକୁ ନେଇ ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଦେଶର ପାଖାପାଖି ୧୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.