ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ 'ଓମିକ୍ରନ୍‌', ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭।୧୧: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ । ଯାହାକୁ ନେଇ ଭାରତ ସରକାର ତତ୍ପରତା ଦେଖାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସକାଳ ୧୦.୩୦ରେ  ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ଆଲୋଚନା ହେବ । ଏହାସହିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସ୍ୱାସ୍ଥ୍ୟବିଭାଗର ଅନେକ ପଦାଧିକାରୀ ଉପସ୍ଥିତ ରହିବେ । ସ୍ବାସ୍ଥ ବିଭାଗ ର ଅଫିସରଙ୍କ ସହ ବୈଠକରେ ଦେଶରେ ଟୀକା କାରଣର ସ୍ଥିତି ସମ୍ପର୍କରେ ମଧ୍ୟ ରିପୋର୍ଟ ନେବେ ପ୍ରଧାନମନ୍ତ୍ରୀ ।

ଖବର ଅନୁଯାୟୀ, କରୋନା ଭାଇରସର ନୂଆ ଭାରିଆଣ୍ଟ ଚିନ୍ତା ବଢାଇଦେଇଛି । ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱରେ ସତର୍କ ଘଣ୍ଟି ବାଜିଛି । ଦକ୍ଷିଣ ଆଫ୍ରିକା ସମେତ ବୋତ୍ସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍‌ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି । ଇଂଲଣ୍ଡରେ ଏହା ପ୍ରବେଶ କରିସାରିଥିବା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟରେ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ WHO ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ।

ଶୁକ୍ରବାର WHOର ଟେକ୍ନିକାଲ ଆଡ୍‌ଭାଇଜୋରୀ ଗ୍ରୁପ୍‌ର ଏକ ଜରୁରିକାଳୀନ ବୈଠକ ବସିଥିଲା । ଏହି ବୈଠକରେ ଡବ୍ଲ୍ୟୁଏଚ୍‌ଓ ଏହି ଭାଇରସ୍‌କୁ ‘ଓମିକ୍ରନ’ନାମରେ ନାମିତ କରିଛି । କେବଳ ଏତିକି ନୁହେଁ ଏହାକୁ ‘ଭାଇରସ୍‌ ଅଫ୍‌ କନସର୍ଣ୍ଣ’ ବୋଲି ଦର୍ଶାଇବା ସହ ଏହା ଦ୍ରୁତଗତିରେ ସଂକ୍ରମଣ କରିବ ବୋଲି WHO କହିଛି । ଏହି ଭାରିଆଣ୍ଟ ସହଜରେ ସଂକ୍ରମିତ ହେବା ସହ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ତା’ଛଡା ଏହା ଟିକାକୁ ମଧ୍ୟ ଅକାମୀ କରିଦେବାର ଆଶଙ୍କା ରହିଛି ବୋଲି WHO କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.