ପ୍ରଧାନମନ୍ତ୍ରୀ ମୋଦି କହିଲେ ରାମ ମନ୍ଦିର ପ୍ରସଙ୍ଗରେ ଆସିବନି ଅଧ୍ୟାଦେଶ, କୃଷି ଋଣ ସପକ୍ଷରେ ନାହିଁ ତାଙ୍କ ସରକାର

Published By : Prameya-News7 Bureau | January 02, 2019 IST

ନୂଆଦିଲ୍ଲୀ ୦୨|୦୧: ୨୦୧୬ ସେପ୍ଟମ୍ବର୨୮ ସର୍ଜିକାଲ୍ ଷ୍ଟ୍ରାଇକ୍ ସରକାର ପାଇଁ ବଡ଼ ରିସ୍କ ଥିଲା । ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ୨ ଥର ଚିନ୍ତା କରିବାକୁ ପଡ଼ିଥିଲା । ନୂଆବର୍ଷରେ ମିଡିଆକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ବକ୍ତବ୍ୟ ରଖିଛନ୍ତି । ସେନା ବାହିନୀର ସ୍ପେସାଲ୍ କମାଣ୍ଡୋମାନଙ୍କୁ ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଜୀବନ ସୁରକ୍ଷା ବଡ଼ ଆହ୍ବାନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଜୟ ହେଉ କିମ୍ବା ପରାଜୟ, ସୂର୍ଯ୍ୟୋଦୟ ପୂର୍ବରୁ ସର୍ଜିକାଲ୍ ଷ୍ଟ୍ରାଇକ୍ ସାରି ଫେରି ଆସିବାକୁ ଯବାନମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା ।

ରାମମନ୍ଦିର ନିର୍ମାଣ ନେଇ ଚାଲିଥିବା ବିଚାର ବିଭାଗୀୟ ତର୍ଜମା ପରେ ଏନେଇ ନିଷ୍ପତ୍ତି ନିଆଯିବ । କଂଗ୍ରେସ ଏନେଇ ବିଭିନ୍ନ ଅସୁବିଧା ସୃଷ୍ଟି କରୁଛି । ବିଚାର ବିଭାଗୀୟ ବାଧକ ଦୂର ହେବା ପରେ ସରକାର ରାମ ମନ୍ଦିର ନିର୍ମାଣ ନେଇ ନିଷ୍ପତ୍ତି ନେବେ ଏବଂ ସମ୍ବିଧାନର ବିଧି ମୁତାବକ କାମ କରିବେ ।ବିମୁଦ୍ରାକରଣ ଦେଶ ହିତ ପାଇଁ ଠିକ୍ ଥିଲା ବୋଲି ମୋଦି କହିଛନ୍ତି ।

ସେପଟେ ମିଡିଆ ସହ ମତବିନିମୟ ବେଳେ  ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମୋଦି ।  ଆଗାମୀ ନିର୍ବାଚନ ମହାମେଣ୍ଟ ଓ ଏନ୍.ଡି.ଏ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ସେପଟେ ନୂଆବର୍ଷ ୨୦୧୯କୁ ସ୍ବାଗତ ସହ ବିଜେପି ଆରମ୍ଭ କରିଛି ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଚାର । ସାଧାରଣ ନିର୍ବାଚନ ପୁର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ୨୦ଟି ରାଜ୍ୟରେ ୧୦୦ରୁ ଅଧିକ ସାଧାରଣ ସଭାରେ ଯୋଗଦେବାକୁ ନିଷ୍ପତ୍ତି ହୋଇଛି । ଏହି ସବୁ ସାଧାରଣ ସଭା ଗୁଡ଼ିକରେ ପ୍ରଧାନମନ୍ତ୍ରୀ ଏନ୍.ଡି.ଏ ସରକାରଙ୍କ ୫ ବର୍ଷର ସଫଳତା, ସରକାରଙ୍କ ନୂଆ ଯୋଜନାର ରୂପାୟନ ଓ ଆଗାମୀ ଯୋନଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇବେ ।  ଆସନ୍ତା ୩ ତାରିଖରୁ ଏନେଇ ମିଶନ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଥମେ ପଞ୍ଜାବର ଗୁରୁଦାସପୁର ଓ ଜଳନ୍ଧରରେ ସାଧାରଣ ସଭାରେ ମୋଦି ଉଦଭୋଧନ ଦେବେ । ପରେ ଅନ୍ୟ ରାଜ୍ୟ ଗସ୍ତନେଇ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମରେ କହିଥିବା ବିଭିନ୍ନ ପ୍ରସଙ୍ଗ ଉପରେ  କଂଗ୍ରେସ  ପ୍ରତିକ୍ରିୟା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.