କରୋନା ସ୍ଥିତି ପାଇଁ ମୁଲତବୀ ହେବ ନାହିଁ ସଂସଦ, ଦାୟିତ୍ୱ ତୁଲାଇବାକୁ ସଦସ୍ୟଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୦୩ : ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଲୋକସଭା ସଦସ୍ୟଙ୍କୁ ଚେତାବନୀ ଦେଇଛନ୍ତି | କରୋନା ଭାଇରସ ଯୋଗୁଁ ଗୃହ ମୁଲତବୀ ପ୍ରସ୍ତାବକୁ ସେ ଖାରଜ କରିଛନ୍ତି | ଦେଶର ଏହିଭଳି ଭୟାବହ ସ୍ଥିତିରେ ଯଦି ଅନ୍ୟମାନେ ନିଜ ଦାୟିତ୍ୱ ତୁଲାଇବାରେ ପଛଘୁଞ୍ଚା ଦେଉନାହାନ୍ତି ତାହେଲେ ଲୋକସଭା ସଦସ୍ୟମାନେ ମଧ୍ୟ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ଦରକାର ବୋଲି ସେ କହିଛନ୍ତି | ନିଜ ଜୀବନକୁ ବାଜି ଲଗାଇ ଯଦି ଡାକ୍ତରମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି ତାହେଲେ ଲୋକସଭା ସଦସ୍ୟ ଏଥିରୁ ବାଦ ପଡିବ ଉଚିତ ନୁହେଁ ବୋଲି ସେ କହିଛନ୍ତି | ସଂସଦ ଭାଇରସର ମୁକାବିଲା କରିବା ଉଚିତ ବୋଲି ସେ କହିଛନ୍ତି |

ମୋଦି କହିଛନ୍ତି, "ଏଭଳି ପରିସ୍ଥିତିରେ ସଦସ୍ୟଙ୍କୁ ପଛଘୁଞ୍ଚା ନଦେଇ ସାମ୍ନାକୁ ଆସି ମୁକାବିଲା କରିବା ଉଚିତ | ବର୍ତ୍ତମାନ ଆମକୁ ବାୟୁସେନା ଓ ଭାରତୀୟ ବିମାନ କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଦରକାର | ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଏହି ଭୟଙ୍କର ପରିସ୍ଥିତିରୁ ରକ୍ଷା କରିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି | ଆମେ ଏମାନଙ୍କ କଥା ଚିନ୍ତା କରିବା ଦରକାର, ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କ ସମ୍ପର୍କରେ ଭାବିବା ଉଚିତ, ସେମାନଙ୍କ କଥା ଭାବିବା ଦରକାର ଯେଉଁମାନେ ଏମାନଙ୍କ ଲଗେଜ ନେବା ଆଣିବା କରୁଛନ୍ତି, ପୋଲିସ ସମ୍ପର୍କରେ ଭାବିବା ଉଚିତ ଯେଉଁମାନେ ଲୋକଙ୍କ ସୁରକ୍ଷା ପାଇଁ କାମ କରୁଛନ୍ତି | ଏମାନେ ଯଦି ନିଜ ନିଜ ଦାୟିତ୍ୱରୁ ଛୁଟି ନେଇଯିବା ତାହେଲେ କଣ ହେବ ଦେଶର ସ୍ଥିତି ?"

ମୋଦିଙ୍କ ଷ୍ଟେଟମେଣ୍ଟରୁ ସ୍ପଷ୍ଟ ହୋଇଛି ଯେ, ଏପ୍ରିଲ ୩ ତାରିଖ ଯାଏଁ ହେବାକୁ ଥିବା ବଜେଟ ସେସନ ମୁଲତବୀ ହେବନାହିଁ | ଦେଶର ୧୩୦ କୋଟି ଜନତାଙ୍କ ସେବାରେ ସେ ନିୟୋଜିତ ବୋଲି କହିଛନ୍ତି ମୋଦି |

ଏହାଛଡା ଦେଶର ଇଲେକ୍ଟ୍ରୋନିକ ମିଡ଼ିଆ ଓ ପ୍ରିଣ୍ଟ ମିଡ଼ିଆକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି | କୋଭିଡ-୧୯କୁ ନେଇ ଲୋକଙ୍କୁ ମିଡ଼ିଆ ସତର୍କ କରୁଥିବା ଯୋଗୁଁ ସେ ଧନ୍ୟବାଦ ଜଣାଇଛନ୍ତି |

ନିଜ ନିଜ ଅଞ୍ଚଳ ଗସ୍ତ କରି ଲୋକଙ୍କୁ କୋଭିଡ-୧୯ ସମ୍ପର୍କରେ ସଚେତନ କରିବା ପାଇଁ ଏବଂ ଭାଇରସରୁ ନିଜକୁ ଏବଂ ନିଜ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସେ ଲୋକସଭା ସଦସ୍ୟଙ୍କୁ ନିର୍ଦେଶ ଦେଇଛନ୍ତି |

ସୁରକ୍ଷା ଦୃଷ୍ଟିରୁ ଥର୍ମାଲ ସ୍କ୍ରିନିଙ୍ଗ ପରେ ସଦସ୍ୟମାନଙ୍କୁ ସଂସଦ ଭିତରକୁ ଛାଡ ଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.