Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ପେନସିଲରେ ନରେନ୍ଦ୍ର ମୋଦିଙ୍କ ସ୍କେଚ୍ ଆଙ୍କିଥିଲେ ଛାତ୍ରୀ, ସେୟାର ନକରି ରହି ପାରିଲେନି PM

28/04/2020 at 7:40 PM

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀ ବିରୋଧରେ ଲଢେଇ ଲଢୁଛି। ଏଥିରେ ଭାରତ ମଧ୍ୟ ସାମିଲ ହୋଇଛି। ଦେଶର କରୋନା ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ଜନୈକା ଦ୍ୱାଦଶ ଶ୍ରେଣୀ ଛାତ୍ରୀ ପେନସିଲରେ ଚାଙ୍କର ଏକ ସ୍କେଚ୍ ଆଙ୍କିଛନ୍ତି। ଏହି ଉପହାର ଛବିକୁ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିବା ସହ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଦୀପା ନାମକ ଏକ ଟ୍ୱିଟର ଆକାଉଣ୍ଟରେ ପ୍ରଧାନମନ୍ତ୍ରୀଙ୍କ ପେନସିଲ୍ ସ୍କେଚ୍ ପୋଷ୍ଟ ହୋଇଥିଲା। ଏଥିରେ ତାଙ୍କର ଅଭିଭାବକ  ଦ୍ୱାଦଶ ପଢୁଥିବା ତାଙ୍କ ଝିଅ ଶ୍ୱେତା କୋନ୍ଦୁରୁ  ମୋଦିଜୀଙ୍କର ଏହି ପେନସିଲ ସ୍କେଚ୍ କରିଥିବା ଉଲ୍ଲେଖ ଥିଲା। ଏଥିରେ ଝିଅଟି ଦେଶର କରୋନା ବିରୋଧରେ ସଂଗ୍ରାମ ପ୍ରଧାନମନ୍ତ୍ରୀଙ୍କ ଏପରି ସ୍କେଚ୍ ଲାଗି ମୋତେ ପ୍ରେରଣା ସହ ତାଙ୍କୁ କୃତଜ୍ଞତା ଜଣାଇବାକୁ ଅବସର ଦେଇଥିବା ଉଲ୍ଲେଖ କରିଛି।

ପ୍ରଧାନମନ୍ତ୍ରୀ ଝିଅଟିର ପେନସିଲ ସ୍କେଚ୍‌କୁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିବା ସହ ଶ୍ୱେତାଙ୍କ ଏହି ରଚନାତ୍ମକତା ଓ ସ୍ନେହ ଲାଗି ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ କହିଛନ୍ତି। ତାଙ୍କର ମୂଲ୍ୟବାନ ଶୁଭକାମନା ଅପାର ଶକ୍ତିର ସ୍ରୋତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେହିପରି କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ତାଙ୍କ ସ୍ତରରେ ସବୁମନ୍ତେ ଉଦ୍ୟମ ଜାରି ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

   Related Posts