Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ମଜଭୁତ ଭିତ୍ତିଭୂମି ଓ ସ୍ପଷ୍ଟ ନୀତି ଯୋଗୁ ଆମ ଅର୍ଥନୀତି ସୁଦୃଢ: ମୋଦି

9/03/2020 at 3:02 PM

ନୂଆଦିଲ୍ଲୀ : ବିଶ୍ୱ ଅର୍ଥ ବ୍ୟବସ୍ଥା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ତେବେ ଭାରତୀୟ ଅର୍ଥନୀତିର ଆଧାର ଏବେବି ମଜଭୁତ, କାରଣ ଆମର ନୀତି ଓ ତତ୍ୱ  ଉଭୟ ସ୍ପଷ୍ଟ।  ଏଠାରେ ଅନୁଷ୍ଠିତ ଗ୍ଲୋବାଲ ବିଜନେସ୍ ସମ୍ମିଟ୍ ୨୦୨୦ (ବିଜିଏସ୍)କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି।  

ତେବେ କେବଳ ଇକୋନମୀ ନୁହେଁ ଆମ ସମାଜ ବି ଏବେ ଏକ ବଡ ପରିବର୍ତ୍ତନ ଦେଇ ଗତି କରୁଥିବା ପ୍ରଧାନମନ୍ତ୍ରୀ କହିଥିବା ବେଳେ ମାତ୍ର କିଛି ବର୍ଷରେଆମେ ବିଶ୍ୱ ଅର୍ଥନୀତିର ଅଙ୍ଗ ପାଲଟି ଯାଇଛେ ବୋଲି କହିଛନ୍ତି। ତେବେ ବିଭିନ୍ନ କାରଣରୁ ଅନ୍ତର୍ଜାତୀୟ ପରିସ୍ଥିତିରେ ପରିବର୍ତ୍ତନ ଆସିଛି। ଏଣୁ ବିଶ୍ୱ ଅର୍ଥନୀତି ଏବେ ଦୁର୍ବଳ ହୋଇପଡିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିଲାଗି କିଛି ଅଗ୍ରୀମ ପଦକ୍ଷେପ ନିଯାଇଥିଲା, ଯେପରି ବିଶ୍ୱ ଅର୍ଥନୀତି ଭାରତକୁ ପ୍ରଭାବିତ କରିନପାରେ। ତେବେ ଆମେ ନେଇଥିବା ପଦକ୍ଷେପ ସଫଳ ହେଉଥିବାର ଦେଖାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶର ଘରୋଇ କ୍ଷେତ୍ର ଏବେବି ମାନ୍ଦାବସ୍ଥାରୁ ମୁକ୍ତ ରହିଛି।  ଏଣୁ ସରକାର ଅର୍ଥନୀତିର ଅଧିକରୁ ଅଧିକ ସେକ୍ଟରକୁ ଏବେ ଘରୋଇ କ୍ଷେତ୍ରଲାଗି ଉନ୍ମୁକ୍ତ କରିବାକୁ ଯାଉଛନ୍ତି। ଗତ ୨୦୧୯ ମସିହାରେ ଦେଶକୁ ୪୮ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ ଆସିଥିଲା। ଯହାର ଗ୍ରୋଥ ରେଟ୍ ୧୬ ପ୍ରତିଶତରୁ ବି ଅଧିକା ଥିଲା। ୨୦୧୮ ମସିହାରେ ପ୍ରାଇଭେଟ୍ ଇକ୍ୱିଟି(ପିଏ) ଓ ଭେଞ୍ଚର କ୍ୟାପିଟାଲ ଇନଭେଷ୍ଟମେଣ୍ଟ (ଭିସିଆଇ)  ଭାବେ ୧୯ ବିଲିୟନ ଡଲାର ଆସିଥିଲା। ଏଥିରେ ବି ଗ୍ରୋଥ ରେଟ୍ ୫୩ ପ୍ରତିଶତରୁ ଅଧିକ ଥିଲା ବୋଲି ପ୍ରଧାନମନ୍ତ୍ରୀ ବିଜିଏସ୍‌ ରେ କହିଛନ୍ତି। ଉପୁଜିଥିବା ପରିସ୍ଥିତିରେ ବି ତାଙ୍କ ସରକାର ୫ ଟ୍ରିଲିୟନ ଅର୍ଥନୀତି ଲାଗି ଯେଉଁ ଲକ୍ଷ ଧାର୍ଯ୍ୟ କରିଛନ୍ତି ତାହା ପୁରଣ କରି ପାରିବେ ବୋଲି କହିଛନ୍ତି।

ତେବେ ଜିବିଏସ୍‌ରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଏବେ ସମୀକ୍ଷକମାନେ ଅଙ୍ଗୁଳି ଉଠାଇଛନ୍ତି। ସଦ୍ୟ ତ୍ରୈମାସିକ ବିକାଶ ହାର ୭ ବର୍ଷ ପୂର୍ବର୪.୭ ପ୍ରତିଶତରେ ଥିବା ବେଳେ ଔଦ୍ୟଗିକ ବିକାଶ ହାର ଋଣାତ୍ମକ ରହିଛି। ଏଥିରେ କରୋନା ଓ ଇୟେସ୍ ବ୍ୟାଙ୍କ ଯୋଗୁ ଉପୁଜଥିବା ପରିସ୍ଥିତିରେ ମାର୍କେଟ ମାଟି ସାଉଁଟୁଥବା କହିଛନ୍ତି। ସେପଟେ ବିଶ୍ୱ ପରିଦୃଶ୍ୟରେ ଆମେରିକା ଅର୍ଥନୀତି ଅତ୍ୟନ୍ତ ଶିଥିଳ ହୋଇପଡିବା ବିଶ୍ୱ ଅର୍ଥନୀତିକୁ ନୁଆଁଇ ଦେଇଥିବା ସମୀକ୍ଷକମାନେ କହିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥନୀତି ସୁରକ୍ଷିତ  ଦାବି କରିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

   Related Posts