Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

Covid ଟିକାକରଣ: ପ୍ରଧାନମନ୍ତ୍ରୀ କହିଲେ-ପ୍ରଥମ ୩କୋଟି ଲୋକଙ୍କ ଟିକା ବାବଦ ଖର୍ଚ୍ଚ ଭରଣା କରିବେ କେନ୍ଦ୍ର ସରକାର

11/01/2021 at 6:11 PM

ନୂଆଦିଲ୍ଲୀ ୧୧।୧: ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଏ ବାବଦେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଭରଣା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଏହା କହିଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି।

ଜାନୁୟାରୀ ୧୬ ତାରିଖ ଦିନ ଭାରତରେ ବିଶ୍ୱର ସର୍ବ ବୃହତ୍ତ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏଥିଲାଗି କେନ୍ଦ୍ର ସରକାର ଦୁଇଟି ‘ମେଡ-ଇନ-ଇଣ୍ଡିଆ’ ଟିକାକୁ ଜରୁରି ମଞ୍ଜୁରି ପ୍ରଦାନ କରିଛନ୍ତି। ଦେଶରେ କରୋନା ଭାଇରସ ମହାମାରୀର ମୁକାବିଲାରେ ରାଜ୍ୟ ସରକାରମାନଙ୍କ ସହଯୋଗକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।  ଖାସ ଏଥି ଲାଗି ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ଭାରତରେ କରୋନା ଏତେଟା ପ୍ରକୋପ କରିପାରିନଥିବା ମୋଦି କହିଛନ୍ତି।

ଦେଶରେ ସର୍ବ ପ୍ରଥମେ ସେମାନଙ୍କର ଟିକାକରଣ ହେବ ଯେଉଁମାନେ ଆଗଧାଡିରେ ରହି କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏପରି ଲୋକଙ୍କ ମୋଟ ସୂଚୀକୁ ସଂଯୁକ୍ତ କରି ଦେଖିଲେ ଏମାନଙ୍କ ସଂଖ୍ୟା ପ୍ରାୟ ୩ କୋଟି ହେବ। ଏମାନଙ୍କର ଟିକାକରଣ ଖର୍ଚ୍ଚ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭରଣା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିଲାଗି ରାଜ୍ୟ ସରକାରମାନଙ୍କୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବକୁ ପଡିବନି ।

ପ୍ରାରମ୍ଭିକ ପର୍ଯ୍ୟାୟ ଟିକାକରଣ ପରେ ଦେଶରେ ୩୦ କୋଟି ଲୋକଙ୍କ ଟିକାକରଣ ଲାଗି ସରକାର ଲକ୍ଷଧାର୍ଯ୍ୟ କରିଛନ୍ତି। ତେବେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନଙ୍କ ବୟସ ୫୦ ବର୍ଷ ବା ତଦୁର୍ଦ୍ଧ୍ୱ ସେମାନଙ୍କୁ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ବୟସାଧିକ୍ୟ ସାଙ୍ଗକୁ ଏକାଧିକ ରୋଗ ଥିବା ଲୋକଙ୍କ ଟିକାକରଣ ସୁନିଶ୍ଚିତ କରାଯିବ।

   Related Posts