ବିରୋଧୀଙ୍କୁ ମୋଦିଙ୍କ ସମାଲୋଚନା; କହିଲେ, "ବିରୋଧୀଙ୍କ ଦିନ ଆରମ୍ଭ ହୁଏ ମୋଦିଙ୍କୁ ଗାଳି କରି ଏବଂ ଶେଷ ବି ହୁଏ ଗାଳି କରି"

Published By : Prameya-News7 Bureau | January 27, 2019 IST

ଦିଲ୍ଲୀ ୨୭/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଏବଂ କେରଳ ଗସ୍ତରେ ଯାଇଥିଲେ | କୋଚି ଏବଂ ତ୍ରିଚୁରରେ ସେ ଜନସଭାକୁ ସମ୍ବୋଧିତ କରିଥିଲେ | ମଦୁରାଇରେ ଏମ୍ସ ହସ୍ପିଟାଲର ଶିଳାନ୍ୟାସ ମଧ୍ୟ କରିଥିଲେ ମୋଦି | ତାଞ୍ଜାଭୁରରେ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକର ଶୁଭାରମ୍ଭ କରିଥିଲେ ମୋଦି |


ତ୍ରିସୁରରେ ମୋଦି ବିରୋଧୀ ଦଳ ନେତାଙ୍କ ଉପରକୁ ତୀକ୍ଷ୍ଣ ତୀର ମାରିଥିଲେ | ସେ କହିଥିଲେ ଯେ, ଯେତେବେଳେ ଦେଶର ବିକାଶ ପାଇଁ କୌଣସି ସକାରାତ୍ମକ ଏଜେଣ୍ଡା ଉପରେ ଆଲୋଚନା ହୁଏ ସେତେବେଳେ ବିରୋଧୀ ଦଳ ନେତା ଦେବାଳିଆ ହୋଇଯାଆନ୍ତି | ଏମାନଙ୍କ ମନରେ ମୋଦିଙ୍କ ପାଇଁ କେବଳ ଘୃଣା ହିଁ ରହିଛି | ଏମାନଙ୍କ ଦିନ ଆରମ୍ଭ ହୁଏ ମୋଦିଙ୍କୁ ଗାଳି ଦେବାରୁ ଆଉ ଶେଷ ମଧ୍ୟ ହୋଇଥାଏ ଗାଳିରୁ |


ମୋଦି କହିଥିଲେ ଯେ, କଂଗ୍ରେସ ଏବଂ ବାମପନ୍ଥୀଙ୍କ ହିସାବରେ ଦେଶର କୌଣସି ସଂସ୍ଥା ସମ୍ମାନଜନକ ନୁହେଁ | ଭାରତୀୟ ସେନା, ସିବିଆଇ, ପୋଲିସ ସବୁ ସଂସ୍ଥା ଭୁଲ, କେବଳ ସେମାନେ ହିଁ ଠିକ | ସେ ଦୁଃଖ ପ୍ରକାଶ କରି କହିଥିଲେ ଯେ, ମତେ ଯେତେ ଗାଳି ଦେବା କଥା ଦିଅନ୍ତୁ କିନ୍ତୁ ଦେଶର ଉନ୍ନତିରେ ବାଧା ସୃଷ୍ଟି ନକରନ୍ତୁ, ଯୁବ ପିଢ଼ିଙ୍କୁ ପାଇଁ ସମସ୍ୟା ସୃଷ୍ଟି ନକରନ୍ତୁ, ଗରିବଙ୍କ କ୍ଷତି ନକରନ୍ତୁ | ମୋଦି କହିଥିଲେ ଯେ, ଦେଶକୁ ଦୁର୍ନୀତି, ଭ୍ରଷ୍ଟାଚାର, ଵଂଶବାଦରୁ ରକ୍ଷା କରିବ ପାଇଁ ସରକାର ବହୁତ କଷ୍ଟ କରୁଛନ୍ତି | ଏପରିକି ବିଦେଶରେ ମଧ୍ୟ ଯେଉଁମାନେ ଅଛନ୍ତି ତାଙ୍କ ବିରୋଧରେ ମଧ୍ୟ ମକଦ୍ଦମା ଚାଲିଛି |


ସୂଚନାଯୋଗ୍ୟ ଯେ, ତାମିଲନାଡୁରେ ଡ଼ିଏମକେ ଏବଂ ଅନ୍ୟ ବିରୋଧୀ ଦଳ ୧୦ ପ୍ରତିଶତ କୋଟାକୁ ବିରୋଧ କରିଛନ୍ତି | ସେମାନେ କହିଛନ୍ତି ଯେ, ସାମାଜିକ ପଛୁଆ ବର୍ଗଙ୍କୁ ହିଁ ସଂରକ୍ଷଣ ଦିଆଯିବା ଉଚିତ | ସବର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା ଉପରେ ଡ଼ିଏମକେ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଛି | ଏ ସମ୍ପର୍କରେ ମୋଦି କହିଛନ୍ତି ଯେ, ଗରିବଙ୍କୁ ବିରୋଧ କରୁଥିବା ରାଜନୈତିକ ବିଚାରଧାରାରୁ କାହାରିକୁ କୌଣସି ଲାଭ ମିଳିବନାହିଁ | ସେଥିପାଇଁ ଆମ ସମସ୍ତଙ୍କୁ ଉଚ୍ଚ ନୀଚ୍ଚ ଏବଂ ତୋର ମୋର ନୀତିକୁ ଛାଡିବାକୁ ହେବ |


ମୋଦି ଆହୁରି କହିଛନ୍ତି ଯେ, "ସରକାର ଵଂଶବାଦ ଏବଂ ଦୁର୍ନୀତିମୁକ୍ତ କରିବା ପାଇଁ ଅନେକ ପଦକ୍ଷେପ ନେଉଛି | ଯେଉଁ ବ୍ୟକ୍ତି ଦେଶକୁ ଲୁଟିଚି ତାକୁ କାଠଗଡ଼ାରେ ଛିଡା କରାଯିବ, ସେ ଦେଶରେ ଥାଉ କି ବିଦେଶରେ ଥାଉ | ଭ୍ରଷ୍ଟାଚାର ବିରୋଧରେ ସରକାରଙ୍କ ପଦକ୍ଷେପ ଦିଲ୍ଲୀରୁ ମାଡ୍ରାସ ଯାଏଁ ହଲଚଲ ସୃଷ୍ଟିକରିଛି | ଯେଉଁ ବ୍ୟକ୍ତିମାନେ ସରକାରୀ ଠିକା, ଯୋଜନା ଆଦିରୁ ମୋଟା ରକମ ଆଦାୟ କରୁଥିଲେ, ସେମାନେ ଫଳ ଭୋଗୁଛନ୍ତି | ଯେଉଁଥିପାଇଁ ସେ ସମସ୍ତେ ଏକାଠି ଛିଡା ହୋଇଛନ୍ତି |" ମୋଦିଙ୍କ ଟାର୍ଗେଟ କଂଗ୍ରେସ ଏବଂ ଡ଼ିଏମକେ ମହାମେଣ୍ଟ ଆଡକୁ ଥିଲା |


ମୋଦି ଆକ୍ଷେପ କରି କହିଥିଲେ ଯେ, "ଏମାନେ ସମସ୍ତେ ମତଭେଦ ଭୁଲି ଏହି ଚୌକିଦାରକୁ ଗାଦିରୁ ହଟାଇବାକୁ ଚେଷ୍ଟା କରୁଛନ୍ତି | ଦ୍ୱାରା ଏବଂ ଭୟର ଏମାନେ ଯେତେ ବଡ ସମୂହ ଗଠନ କଲେ ମଧ୍ୟ ମୋଦି ଗରିବଙ୍କ ପାଖକୁ ଯିବ |" ସେ ତାମିଲନାଡୁ ଏବଂ ମଦୁରାଇଙ୍କ ଯୁବକଙ୍କୁ ଅପିଲ କରିଥିଲେ ଯେ, ଭୟର ରାଜନୀତି କରୁଥିବା ଲୋକଙ୍କୁ ଠୋକର ମାରନ୍ତୁ |


ମଦୁରାଇରେ ଏମ୍ସର ଶିଳାନ୍ୟାସ କରି ମୋଦି କହିଥିଲେ ଯେ, ବହୁତ ଶୀଘ୍ର ଏଠାରେ ହସ୍ପିଟାଲ ନିର୍ମାଣ ହେବ | ଗତ ୪ ବର୍ଷରେ ଦେଶରେ ୯କୋଟି ଶୌଚାଳୟ ନିର୍ମାଣ କରାଯାଇଛି, ସେଥିରୁ ୪୭ ଲକ୍ଷ ଶୌଚାଳୟ ତାମିଲନାଡୁରେ ରହିଛି ବୋଲି କହିଥିଲେ ମୋଦି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.