Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

‘ଅକ୍ଟୋବର ୨୧ ଐତିହାସିକ ଦିନ, ସମସ୍ତେ ମିଶି କରୋନାକୁ ହରାଇବା’- ପ୍ରଧାନମନ୍ତ୍ରୀ

21/10/2021 at 12:01 PM

ନୂଆଦିଲ୍ଲୀ ୨୧/୧୦:   ରେକର୍ଡ କରିଛି ଭାରତ । ୧୦୦ କୋଟି ଟିକାକରଣରେ ପୂରଣ କରିଛି ଦେଶ । ଅର୍ଥାତ ୧୦୦ କୋଟି ନାଗରିକଙ୍କୁ ଟିକାର ଡୋଜ୍ ଦିଆସରିଲାଣି । ଏହି ଐତିହାସିକ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତୀୟ ବିଜ୍ଞାନର ବିଜୟ ହୋଇଥିବା ମୋଦୀ କହିଛନ୍ତି ।

ଦେଶରେ ୧୦୦ କୋଟି ଟିକାକରଣ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ରାମ ମନୋହରଲାଲ ଲୋହିୟା ହସ୍ପିଟାଲରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ଇତିହାସ ରଚିଛି । ଏହା ଭାରତୀୟ ବିଜ୍ଞାନ ଓ ୧୩୦ କୋଟି ଦେଶବାସୀଙ୍କ ବିଜୟ ଅଟେ । ଦେଶର ଡାକ୍ତର, ନର୍ସ ଓ ଏହି ଉପଲବ୍ଧିକୁ ହାସଲ କରିବାରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଅକ୍ଟୋବର ୨୧ ଇତିହାସରେ ଲିପିବଦ୍ଧ ହୋଇରହିବ । ୧୦୦ ବର୍ଷରେ ଆସିଥିବା ବଡ ମହାମାରୀର ମୁକାବିଲା ପାଇଁ ଦେଶରେ ୧୦୦ କୋଟିର ମଜବୁତ ସୁରକ୍ଷାକବଚ ରହିଛି । ଏହି ଉପଲବ୍ଧି ଭାରତୀୟଙ୍କର ଅଟେ । ମିଳିତ ଭାବେ କରୋନାକୁ ହରାଇବାକୁ ହେବ । ସରକାର ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ମେଡିକାଲ କଲେଜ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ଘରୋଇ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରକାର କ୍ୟାନସରର ୪୦୦ ଔଷଧର ଦାମ୍ କମାଇଥିବା ମୋଦୀ କହିଛନ୍ତି ।

   Related Posts