ରକେଟ୍ ହମଲା ନେଇ ବର୍ଷିଲେ ପିଏମ, ଭୟଙ୍କର ପରିଣାମ ଭୋଗ କରିବାକୁ ପଡିବ: ନେତାନ୍ୟାହୁ

Published By : Prameya-News7 Bureau | May 12, 2021 IST

ଇସ୍ରାଏଲ୧୨/୫: ଇସ୍ରାଏଲରେ ପାଲେଷ୍ଟାଇନର ରକେଟ ଆକ୍ରମଣ ପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ସେ କହିଛନ୍ତି ପାଲେଷ୍ଟାଇନକୁ ଏଥିପାଇଁ ଭୟଙ୍କର ପରିଣାମ ଭୋଗ କରିବାକୁ ପଡିବ । କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଏହା ଇସ୍ରାଏଲ୍ ଅଞ୍ଚଳରେ କ୍ଷେପଣାସ୍ତ୍ର ପଠାଇ ନିଜର ସବୁ ସୀମା ପାର କରିଛ । ଦେଶ ଉପରେ କୈଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରିବେ ନାହିଁ । ଯିଏ ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବ, ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ ।

wp:gallery {"ids":[451442],"linkTo":"none"} /wp:gallery

ସୂଚନା ଥାଉକି, ଗତକାଲି ରାତିରେ ଇସ୍ରାଏଲରେ ପାଲେଷ୍ଟାଇନର ବଡ ଧରଣର ରକେଟ ହମଲା କରିଛି । ଫଳରେ ଏଥିରେ ଜଣେ ଭାରତୀୟ ମହିଳାଙ୍କ ସମେତ ୨୮ଜଣଙ୍କ ମୃତ୍ୟୁ ହୋଇଛି । ଏହି ୨୮ ମୃତକଙ୍କ ମଧ୍ୟରେ ୧୦ ଶିଶୁ ଥିବା ସୂଚନା ରହିଛି । କେବଳ ସେତିକି ନୁହେଁ ରିପୋର୍ଟ ମୁତାବକ ଏଥିରେ ପ୍ରାୟ ୧୫୨ ଜଣ ଆହତ ହୋଇଛନ୍ତି । ଇସ୍ରାଏଲ ସେନା କହିବା ଅନୁଯାୟୀ, ସେ ଗାଜାରେ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଜିହାଦର ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି ।

ନିହତ ଆତଙ୍କବାଦୀ କମାଣ୍ଡରଙ୍କୁ ସାମହ-ଅଲ-ମାମଲୁକ ବୋଲି ଜଣା ପଡିଛି । ଯିଏ ଇସଲାମିକ ଜିହାଦର ରକେଟ ୟୁନିଟର ମୁଖ୍ୟ ଥିଲେ । ଏହି ଆକ୍ରମଣରେ ମାଓବାଦୀ ସଂଗଠନର ଅନ୍ୟ ବଡ ମାଓବାଦୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସେନା କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.