ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍ର ଟ୍ୱିଟର ଆକାଉଣ୍ଟ ପୁଣି ହେଲା ସକ୍ରିୟ , ଟ୍ୱିଟରର ସୂଚନା-ହ୍ୟାକ୍ ହୋଇଥିଲା, ଏବେ ସୁରକ୍ଷିତ
3/09/2020 at 8:45 AM

ନୂଆଦିଲ୍ଲୀ ୦୩।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍ର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ଆକାଉଣ୍ଟ ହ୍ୟାକ୍ କରି ହ୍ୟାକରମାନେ ବିଟ୍କଏନ୍ ମାଗିଥିବା ଦେଖିବାକୁ ମିଳିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍ର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ପରେ ଟ୍ୱିଟର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବୟାନ ଜାରି କରାଯାଇଛି ।
ଟ୍ୱିଟର ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍ର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ସ୍ପଷ୍ଟ କରିଛି । ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ଖବର ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି । ଟଙ୍କା ମଗାଯାଇଥିବା ଟ୍ୱିଟକୁ ତୁରନ୍ତ ଡିଲିଟ୍ କରାଯାଇଛି । ସେପଟେ ଘଟଣାର ଯାଞ୍ଚ ଚାଲିଛି । ହ୍ୟାକ୍ରେ କୌଣସି ବଡଧରଣ କ୍ଷତି ହୋଇଥିବା ଜଣାପଡିନାହିଁ । ତେବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍ର ଟ୍ୱିଟର ଆକାଉଣ୍ଟକୁ ରି-ଷ୍ଟୋର କରାଯାଇଛି ।
ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍ର ଟ୍ୱିଟର ହ୍ୟାକ୍ ହୋଇଛି । ହ୍ୟାକ୍ରେ ହ୍ୟାକରମାନେ କୋଭିଡ଼-୧୯ ରିଲିଫ ଫଣ୍ଡ ପାଇଁ ଟଙ୍କା ମାଗିଥିଲେ । ଏଥିପାଇଁ ସେ ବିଟ୍କଏନ୍ ମାଗିଥିଲେ ।