ମୋଦିଙ୍କୁ ନିଜ ଆସନରେ ବସାଇଲେ ବାଇଡେନ, ହ୍ୱାଇଟ ହାଉସରେ ପିଏମ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା

Published By : Prameya-News7 Bureau | September 25, 2021 IST

ଓ୍ୱାସିଂଟନ ୨୫।୦୯: ହ୍ୱାଇଟ ହାଉସ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭେଟଘାଟ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ଏହି ଅବସରରେ ବାଇଡେନ ମୋଦିଙ୍କର ମନେ ପକାଇଦେଇଥିଲେ ୨୦୦୬ ମସିହାର କଥା । ସେବେ ବାଇଡେନ କହିଥିଲେ ୨୦୨୦ ସୁଦ୍ଧା ଆମେରିକା ଓ ଭାରତ ମଧ୍ୟରେ ନିଶ୍ଚିତ ସୁସଂପର୍କ ହୋଇଥିବ । ଯାହାକୁ ଅନ୍ୟ ରାଷ୍ଟ୍ରମାନେ ଦେଖି ଆଶ୍ଚର୍ଯ୍ୟ ହେବେ ।

ଦୁଇବର୍ଷ ପରେ ହ୍ୱାଇଟ୍ ହାଉସ ଠାରେ ମୋଦୀଙ୍କୁ ବେଶ୍ ଧୁମଧାମରେ ସ୍ୱାଗତ କରାଯାଇଛି । ସାରା ବିଶ୍ବ ଚାହିଁ ବସିଥିଲା କି ଆମେରିକାରେ ସରକାର ପରିବର୍ତ୍ତନ ପରେ ମୋଦିଙ୍କୁ କିଭଳି କରାଯିବ ସ୍ୱାଗତ । ତେବେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ବାଇଡେନଙ୍କ ଦ୍ୱାରା ହ୍ୱାଇଟ ହାଉସରେ ମୋଦିଙ୍କୁ କରାଯଇଥିଲା ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା । ଯାହାକି ଉଭୟ ଦେଶର ଭବିଷ୍ୟତ ସଂପର୍କ ଉଜ୍ୱଳ ବୋଲି ଅନୁମାନ କରାଯାଉଛି । ଏହି ସ୍ୱାଗତ ସମ୍ୱର୍ଦ୍ଧନାରେ ଦେଖିବାକୁ ମୋଦି ଓ ବାଇଡେନଙ୍କ ମଧ୍ୟରେ ନିଆରା ଦୃଶ୍ୟ ।

wp:html /wp:html

ବାଇଡେନ ମୋଦିଙ୍କ କାନ୍ଧରେ ହାତରଖି ତାଙ୍କୁ ଟେବୁଲ ପର୍ଯ୍ୟନ୍ତ ଟାଣି ନେଇଯାଇଥିଲେ । ଏହାସହ ଚେୟାର ବସିବାକୁ କହିଥିଲେ । ତେବେ ହସି ହସି ବାଇଡେନ କହିଥିଲେ କି , ଏହି ଚେୟାର ସେତେବେଳେ ମୋ ପାଇଁ ଥିଲା ଯେତେବେଳେ ମୁଁ ଉପରାଷ୍ଟ୍ରପତି ଥିଲି । ଏବେ ଏହି ଚେୟାରରେ ବସନ୍ତୁ ଆପଣ କହି ଖୁବ୍ ହସିଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ଏହାପରେ କହିଥିଲେ କି ଏହା ମୋ ପାଇଁ ଏକ ସମ୍ମାନର କଥା ଯେ ମୋତେ ଆପଣ ଆପଣଙ୍କ ଚେୟାରରେ ବସିବାର ସୁଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.