Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନକୁ ଏହି ଦିବସ ନାଁରେ ପାଳନ କରାଯିବ ବୋଲି ଘୋଷଣା କଲେ ମହାସଚିବ, ନିର୍ଦ୍ଦେଶ ଦେଲେ ଅମିତ ଶାହା

29/08/2019 at 7:09 PM

ନୂଆଦିଲ୍ଲୀ୨୯|୮: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ପାଇଁ ବିଶ୍ବରେ ତାଙ୍କୁ ପ୍ରଶଂସା କରାଯାଉଛି। ନିକଟରେ ଜମ୍ମୁ-କାଶ୍ମରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଐତିହାସିକ ପଦକ୍ଷେପ ପାଇଁ ଭାରତବାସୀ ତାଙ୍କୁ ପ୍ରଶଂସା କରିଥିଲେ। ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରେ ପିଏମ ମୋଦିଙ୍କ ଜନ୍ମଦିନ ଉତ୍ସବ ପାଳନ କରାଯିବ।

ମୋଦିଙ୍କ ଜନ୍ମଦିନକୁ ବହୁ ଦିନ ବାକି ଅଛି ତଥାପି ତାଙ୍କ ଜନ୍ମଦିନକୁ ନେଇ ଏକ ଦିବସ ଘୋଷଣା କରାଯାଇଛି। ପିଏମ ମୋଦିଙ୍କ ଜନ୍ମଦିନର ପୂର୍ବ ୭ ଦିନକୁ ‘ସେବା ସପ୍ତାହ‘ ଦିବସ ରୂପେ ପାଳନ କରାଯିବ। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ମଧ୍ୟରେ ଥିବା ଦିନଗୁଡିକୁ ‘ସେବା ସପ୍ତାହ‘ ଦିବସ ରୂପେ ପାଳନ କରାଯିବ । ଏହି ଦିନଗୁଡିକରେ ଲୋକମାନଙ୍କ ସେବାପ୍ରତି ଅଧିକ ସମୟ ଦିଆଯିବ ବୋଲି ମଧ୍ୟ ଆଲୋଚନା କରାଯାଇଛି।

ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦେଶ କ୍ରମେ ପିଏମ ମୋଦିଙ୍କ ଜନ୍ମଦିନକୁ ସେବା ଦିବସ ରୂପେ ମହାସଚିବ ଅରୁଣ ସିଂହ ଘୋଷଣା କରିଛନ୍ତି। ଘୋଷଣା ସମୟରେ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ସଭାରେ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୭ ତାରିଖ (ମୋଦିଙ୍କ ଜନ୍ମଦିନ)ରେ ନିଜ ନିଜ ଅଞ୍ଚଳରେ ଥିବା ସାର୍ବଜନୀନ ସ୍ଥାନକୁଡିକରେ ସଫେଇ କାର୍ଯ୍ୟକ୍ରମ କରାଯିବ। ଏଥିସହ ହସ୍ପିଟାଲ ରୋଗୀମାନଙ୍କ ପାଇଁ ଉନ୍ନତମାନର ଚିକିତ୍ସା ଓ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ କରାଯିବ ବୋଲି ଆଲୋଚନା କରାଯାଇଛି।

   Related Posts