Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଦେଶରେ କରୋନା ସଙ୍କଟ ଏବଂ ଲକ୍ ଡାଉନ୍ ମଧ୍ୟରେ ଆଜି ପୁଣି ଦେଶବାସୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କୀ ବାତ୍’…

26/04/2020 at 8:41 AM

ନୂଆଦିଲ୍ଲୀ ୨୬।୪: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ କଥାବାର୍ତ୍ତା କରିବେ । ଦେଶରେ କରୋନା ସଙ୍କଟ ଏବଂ ଲକ୍ ଡାଉନ୍ ବେଳେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ମନ୍ କୀ ବାତ୍ । ଏହି ମହାମାରୀ ମଧ୍ୟରେ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହ ବାର୍ତ୍ତାଳାପ କରିବେ ମୋଦି ।

ଏହା ପୂର୍ବରୁ ମାର୍ଚ୍ଚ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ କରିଥିଲେ । ସେହି ସମୟରେ ଦେଶ କରୋନା ସଙ୍କଟର ସମ୍ମୁଖୀନ ହୋଇଥିଲା ଏବଂ ଲକ୍ ଜାଉନ୍ ଜାରି ରହିଥିଲା । ପ୍ରଧାନମନ୍ତ୍ରୀ ମୋଦି ବୋଧହୁଏ ଆଜି କରୋନା କିମ୍ବା ଲକ୍ ଡାଉନ୍ ବିଷୟରେ ଆଲୋଚନା କରିପାରନ୍ତି । ଗତ ଥର ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଲକ୍ ଡାଉନ୍ ସଫଳ କରିବା ଏବଂ କରୋନାକୁ ପରାସ୍ତ କରିବାକୁ ସାହାଯ୍ୟ ମାଗିଥିଲେ ।

ଏହା ପ୍ରଧାନମନ୍ତ୍ରୀଙ୍କ ଚଳିତ ବର୍ଷର ଚତୁର୍ଥ ଏବଂ ମନ୍ କୀ ବାତର ୬୪ ତମ ସଂସ୍କରଣ ହେବ । ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଆକାଶବାଣୀ ରେଡିଓ ମାଧ୍ୟମରେ ୧୧ଟା ସମୟରେ ଦେଶବାସୀଙ୍କ ସହ କଥାବାର୍ତ୍ତା କରନ୍ତି । ଯେଉଁଥିରେ ସେ ଅନେକ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୨୪ ହଜାର ଅତିକ୍ରମ କରିସାରିଚି । ଏପର୍ଯ୍ୟନ୍ତ ୭୭୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନାର ଗମ୍ଭୀରତା ଯୋଗୁଁ ମେ ୩ ପର୍ଯ୍ୟନ୍ତ ଲକ୍ ଡାଉନ୍ ସମୟସୀମା ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର କିଛି କ୍ଷେତ୍ର ପାଇଁ ସର୍ତ୍ତ ଅନୁସାରେ ଅନୁମତି ପ୍ରଦାନ କରିଛନ୍ତି ।

   Related Posts