Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାତୃ ପତ୍ନୀ ବିୟୋଗ

1/05/2019 at 5:51 PM

ଅହମ୍ମଦାବାଦ ୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲାଦ ମୋଦିଙ୍କ ପତ୍ନୀ ଭଗବତୀ ବେନଙ୍କର ଆଜି ପରଲୋକ ହୋଇଛି । ୫୫ ବର୍ଷ ବୟସ୍କା ଭଗବତୀଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିଲା। ପରଲୋକ ପରେ ଆଜି ତାଙ୍କ ଅନ୍ତ୍ୟେଷ୍ଟି ଶେଷହୋଇଛି ।

ଅହମ୍ମଦାବାଦରେ ପ୍ରହଲାଦ ମୋଦିଙ୍କର ଏକ ତେଜରାତି ଦୋକାନ ଅଛି। ତେବେ ଦୀର୍ଘ ସମୟ ହେଲା ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସମ୍ପର୍କ ନାହିଁ । ଏକ ଗଣମାଧ୍ୟମ ସାକ୍ଷାତକାରରେ ଗତ ୧୩ ବର୍ଷରେ ସେ ନରେନ୍ଦ୍ର ମୋଦିଙ୍କ ସହ ଖୁ୍ବ କମ୍ ଦେଖାସାକ୍ଷାତ କରିଥିବା କହିଥିଲେ।  ପ୍ରହଲାଦ ମୋଦି ଗୁଜରାଟରେ ଫେୟାର ପ୍ରାଇସ ସପ ଓ କିରୋସିନ ହୋଲ୍ଡର ଆସୋସିଏସନର ମୁଖିଆ ଭାବେ ବେଶ ଜଣାଶୁଣା । ନିକଟରେ ସଂଘର ଦାବି ନେଇ ସେ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ ରାଜନୀତିକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରିବାର ଛାଡି ସାରିଥିଲେ। ଏଣୁ ପରିବାରର ଖୁବ୍ କମ ସଦସ୍ୟଙ୍କ ସହ ତାଙ୍କର ସମ୍ପର୍କ ଥିବା ବେଳେ ତାହା ବି ସ୍ବଳ୍ପ ବୋଲି ଜଣାପଡିଛି । ଗୋଟିଏ ଭଉଣୀ, ୫ ଭାଇ ଓ ମା ଙ୍କୁ ନେଇ ମୋଦିଙ୍କ ପରିବାର। ମୋଦି ଭାଇମାନଙ୍କ ମଧ୍ୟରେ ତୃତୀୟ ହୋଇଥିବା ବେଳେ କେବେ କେବେ ମାଙ୍କୁ ଭେଟିବାକୁ ଘରକୁ ଯାଆନ୍ତି ।  

   Related Posts