ଆଜି 'କୋଓ୍ୱିନ ଗ୍ଲୋବାଲ କନକ୍ଲେଭ'କୁ ସମ୍ବୋଧିତ କରିବେ ପିଏମ, ବାଣ୍ଟିବେ ମତାମତ

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ୫/୭ : ଆଜି କୋଓ୍ୱିନ ଗ୍ଲୋବାଲ କନ୍‌କ୍ଲେଭରେ ନିଜର ଅଭିଜ୍ଞତା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଅନ୍ୟ ଦେଶମାନଙ୍କୁ COVID-19 ଟୀକାକରଣ ଅଭିଯାନ ଚଳାଇବା ପାଇଁ ଡିଜିଟାଲ ଜନସେବା ଭାବରେ କୋଓ୍ୱିନ ପ୍ଲାଟଫର୍ମ ପ୍ରଦାନ କରିବ । ଅପରାହ୍ନ ୩ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା ଭାଇରସ ମହାମାରୀ ସମୟରେ କୋୱିନ ପୋର୍ଟାଲ ଲୋକଙ୍କ କାମରେ କିପରି ଆସୁଛି, ସେନେଇ ଭାରତ ସରକାର ଅନ୍ୟ ଦେଶକୁ ବୁଝାଇବେ ।

କୋଭିଡ ଟିକାକରଣ ପାଇଁ ଭାରତ ସରକାର କୋୱିନ ପୋର୍ଟାଲ ଆରମ୍ଭ କରିଛନ୍ତି । କୋଭିଡ-୧୯ ଟିକା ନେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ହିତାଧିକାରୀ ନାମ ପଂଜୀକରଣ କରୁଛନ୍ତି । ୨୦୨୧ ଜାନୁଆରୀ ୨୧ରେ ଏହି ଆପ୍ଲିକେସନର ଶୁଭାରମ୍ଭ ହୋଇଥିଲା । ଏହି ସମୟରେ ଭାରତ ଟିକାକରଣ ଆରମ୍ଭ କରିବାର ପ୍ରାଥମିକ ଅବସ୍ଥା ଥିଲା ।

wp:html /wp:html

କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ ୫୦ଟି ଦେଶ ଟୀକାକରଣ ଅଭିଯାନ ପାଇଁ ଡିଜିଟାଲ ପ୍ଲାଟଫର୍ମ କୋଓ୍ୱିନ ଆପକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସୂଚନା ନିକଟରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ର ସିଇଓ ଡକ୍ଟର ଆର.ଏସ୍ ଶର୍ମା ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ସଫ୍ଟୱେୟାର ମାଗଣାରେ ସେୟାର କରିବାକୁ ଭାରତ ପ୍ରସ୍ତୁତ ଅଛି ।

ଡିଜିଟାଲ ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଉଦଘାଟନ କରିବେ। ବୈଦେଶିକ ସଚିବ ଏଚ୍ ଶ୍ରୀଲା, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ଶର୍ମା ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଡିଜିଟାଲ ସମ୍ମିଳନୀରେ ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ପ୍ରତିନିଧିତ୍ୱ କରାଯିବ ବୋଲି NHA ଏହାର ୱେବସାଇଟରେ ଏକ ବିବୃତ୍ତି ଜାରି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.