Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

ରାମ ମନ୍ଦିର ଭୂମି ପୂଜନରେ ପ୍ରଧାନମନ୍ତ୍ରୀଙ୍କ ସହିତ ଅଯୋଧ୍ୟା ଆସିବେ ଲାଲ କୃଷ୍ଣ ଆଡଭାଣୀ

26/07/2020 at 8:59 PM

ନୂଆଦିଲ୍ଲୀ ୨୬।୦୭: ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅଗଷ୍ଟ ୫ରେ ହେବ। ଏହାକୁ ନେଇ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଭୂମି ପୂଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାଣୀ ମଧ୍ୟ ଅଯୋଧ୍ୟା ଯିବେ। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ କହିଛନ୍ତି ମନ୍ଦିର ଆନ୍ଦୋଳନ ସହ  ଜଡିତ ଲୋକଙ୍କୁ ପ୍ରାଥମିକତା ଆଧାରରେ ନିମନ୍ତ୍ରଣ ଦିଆଯାଇଛି। ଏଥିରେ ଆଡଭାଣୀ ଓ ଡ. ମୁଲରୀ ମନୋହର ଯୋଶୀ ମଧ୍ୟ ସାମିଲ। ଉଭୟଙ୍କୁ ସ୍ଵତନ୍ତ୍ର ଭାବେ ଆମନ୍ତ୍ରିତ କରାଯାଇଛି।

ରାମ ଜନ୍ମଭୂମିକୁ ନେଇ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ସ୍ତରରେ ପହଞ୍ଚାଇବାରେ ଆଡଭାଣୀଙ୍କ ବଡ ଯୋଗଦାନ ରହିଛି। ବିଜେପି ରାଷ୍ଟ୍ରୀୟ ସଭାପତି ରୂପେ ସେ କେବଳ ରାମ ମନ୍ଦିର ଆନ୍ଦୋଳନକୁ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ଦେବାକୁ ଘୋଷଣା କରିନଥିଲେ ବରଂ ନିଜେ ଗୁଜରାଟର ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥ ଯାତ୍ରା ବାହାର କରିବାକୁ ଘୋଷଣା କରିଥିଲେ। ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଶିଷ୍ଟ ଧର୍ମାଚାର୍ଯ୍ୟଙ୍କ ମଧ୍ୟରେ ଆଡଓ୍ଵାଣୀଙ୍କ ଉପସ୍ଥିତିରେ ପୁନର୍ବାର ହିନ୍ଦୁତ୍ଵର ସେହି ଜ୍ଵାଳା ଉତ୍ପନ କରିବାରେ ସମର୍ଥ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଆସନ୍ତା ୫ ତାରିଖରେ ରାମ ମନ୍ଦିରର ଶିଳାନ୍ୟାସ୍‌ ଓ ଭୂମିପୂଜନ ପୂର୍ବରୁ ରାମ ଜନ୍ମ ଭୂମି ସଂଘର୍ଷ ଯାତ୍ରାର ପ୍ରମୁଖ ଘଟଣାବଳୀ ସହ ଜଡିତ ହେବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂସ୍କୃତ ବିଭାଗ ଏହି ଅବସରରେ ଏକ ବୃହତ ପ୍ରଦର୍ଶନୀର ଆୟୋଜନ କରିବାକୁ ଯୋଜନା ରଖିଛନ୍ତି। ଏହି ପ୍ରଦର୍ଶନୀରେ ରାମଜନ୍ମ ଭୂମିର ସଂଘର୍ଷର ପୂରା ଘଟଣାକ୍ରମ ପ୍ରଦର୍ଶିତ କରାଯିବ। ଏହା ବ୍ୟତୀତ ପ୍ରଦର୍ଶନୀରେ ଜନ୍ମଭୂମି ସ୍ଥଳର ଖୋଳିବା ବେଳେ ମିଳିଥିବା ପ୍ରାଚୀନ ଅବଶେଷ ମଧ୍ୟ ପ୍ରଦର୍ଶନ କରାଯିବ।  

   Related Posts