ଟ୍ୱିଟ୍ ରେ ଅହମ୍ମଦାବାଦ ରଥଯାତ୍ରାର ସ୍ମୃତିକୁ ତାଜା କଲେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

Published By : Prameya-News7 Bureau | July 04, 2019 IST

ନୂଆଦିଲ୍ଲୀ ୪।୭:  ପ୍ରଧାନମନ୍ତ୍ରୀ ଗୁରୁବାର ଦେଶବାସୀଙ୍କୁ ପବିତ୍ର ରଥଯାତ୍ରାର ଅଭିନନ୍ଦନ ଜ୍ଞାପନ କରିଛନ୍ତି। ପୁରୀରେ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁକରଣରେ ସାରା ଦେଶରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହିକ୍ରମରେ ଗୁଜୁରାଟ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିର ପ୍ରତିବର୍ଷ ଆୟୋଜନ କରୁଥିବା ରଥଯାତ୍ରାରେ ପୂର୍ବରୁ ମୋଦି ଦୀର୍ଘବର୍ଷ ଧରି କର୍ତ୍ତା ହେଉଥିଲେ। ତେବେ ପ୍ରଧାନମନ୍ତ୍ରୀ ହେବା ଠାରୁ ଏହି ସୌଭାଗ୍ୟ ତାଙ୍କୁ ଆଉ ଏବେ ଜୁଟୁନାହିଁ।  ଏଣୁ ରଥଯାତ୍ରାରେ ମୋଦି ଠାକୁରଙ୍କୁ ପହଣ୍ଡି କରାଉଥିବାର ଏକ ପୁରୁଣା ଫଟୋକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରି ଦେଶବାସୀଙ୍କୁ ଜଗନ୍ନାଥଙ୍କ ରଥ ଯାତ୍ରାର ଶୁଭକାମନା ଜଣାଇଛନ୍ତି।

wp:html /wp:html

ଅହମ୍ମଦାବାଦ ରଥଯାତ୍ରା କାର୍ଯ୍ୟକ୍ରମରେ ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଶ୍ଚିତ ସାମିଲ ହେଉଥିଲେ। ଠାକୁରଙ୍କୁ ମୋଦି ଦୀର୍ଘ ବର୍ଷ ପହଣ୍ଡି କରି ରଥକୁ ନେଇଛନ୍ତି। ଏଣୁ ଅହମ୍ମଦାବାଦ ରଥଯାତ୍ରା କଥା ମନକୁ ଆସିଲେ ମୋଦି ଉଲସି ଉଠନ୍ତି। ସେପଟେ ରଥଯାତ୍ରାରେ କିନ୍ତୁ ଏବେ ପ୍ରତି  ବର୍ଷ ମୋଦିଙ୍କ ଅନୁପସ୍ଥିତି ସହଜରେ ବାରିହୋଇ ପଡୁଛି। ତେବେ ମୋଦି ରଥଯାତ୍ରାରେ ସାମିଲ ହୋଇ ପାରୁନଥିବାରୁ ପ୍ରତିବର୍ଷ କିନ୍ତୁ ଠାକୁରଙ୍କୁ ଭୋଗ ପଠାଉଛନ୍ତି। ଯାହାକୁ ସେଠାରେ ଠାକୁରଙ୍କୁ ଲାଗି କରାଯିବା ପରେ ଭକ୍ତଙ୍କ ମଧ୍ୟରେ ବିତରିତ କରାଯାଉଛି।

{"id":130360}

ମୋଦି ଚଳିତବର୍ଷ ମଧ୍ୟ ଠାକୁରଙ୍କ ନିମନ୍ତେ ପ୍ରସାଦ ପଠାଇଛନ୍ତି। ଯେଉଁଥିରେ ମିଠେଇ ସମେତ ଚକୋଲେଟ, ଜାମୁ, ମୁଗ ଓ ପ୍ରସାଦ ସାମଗ୍ରୀ ଆଦି ପ୍ରଦାନ କରିଛନ୍ତି। ଏହି ଅବସରରେ ମୋଦି ଦେଶବାସୀଙ୍କୁ ଜଗନ୍ନାଥଙ୍କ ନିକଟରେ ସୁଖ, ସମୃଦ୍ଧି ସମେତ ସୁସ୍ଥ ଓ ନିରାମୟ ଜୀବନ ଲାଗି ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.