ମହିଳା ଟି୨୦ ବିଶ୍ୱକପ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
7/03/2020 at 6:21 PM

ନୂଆଦିଲ୍ଲୀ ୦୭|୦୩: ମହିଳା ଟି୨୦ ବିଶ୍ୱକପରେ ଭାରତ ରବିବାର ଦିନ ଅଷ୍ଟ୍ରେଲିଆକୁ ଭେଟିବ। ଭାରତ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବା ସହ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। ଆସନ୍ତାକାଲି ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ ମିନିଟରେ ମେଲବର୍ଣ୍ଣ କ୍ରିକେଟ ଗାରଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ହରମନପ୍ରୀତଙ୍କ ନେତୃତ୍ୱାଧିନ ଭାରତ ୪ଥରର ବିଜେତା ଅଷ୍ଟ୍ରେଲିଆକୁ ହରାଇ ଦେଶ ପାଇଁ ସୁନାମ ଆଣିବାକୁ ପ୍ରୟାସ କରିବ। ତେବେ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ସୋସିଆଲ ମିଡିଆରେ ମୋଦୀଙ୍କୁ ଫାଇନାଲ ପାଇଁ ମେସେଜ ପଠାଇ ଖୁସି ଜାହିର କରିଥିଲେ। ଉଭୟ ଦଳ ମଧ୍ୟରେ ଏକ ଭଲ ମ୍ୟାଚ ହେବ ଓ ଅଷ୍ଟ୍ରେଲିଆ ଭାରତଠାରୁ ଭଲ ଖେଳ ଆଶା କରିବ ବୋଲି ସେ ଉଲ୍ଲେଖ କରିଥିଲେ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହାର ଉତ୍ତର ରଖିଥିଲେ। ସେ କହିଥିଲେ ଯେ, ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚଠୁ ଆଉ କିଛି ଭଲ ମ୍ୟାଚ ହୋଇନପାରେ। ଏହାସହ ଭାରତୀୟ ଦଳକୁ ସେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
ଭାରତୀୟ ଦଳ ସେମିଫାଇନାଲ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା କାରଣରୁ ଫାଇନାଲରେ ପ୍ରବେଶ କରିଥିଲେ. ଏହି ମ୍ୟାଚରେ ଦଳ ଇଂଲଣ୍ଡକୁ ଭେଟିଥାନ୍ତା। ତେବେ ଭାରତ ଗ୍ରୁପ ପର୍ଯ୍ୟାୟରେ ଅଧିକ ପଏଁଣ୍ଟ ପାଇଥିବାରୁ ସେ ଆଧାରରେ ଫାଇନାଲରେ ପ୍ରବେଶ କରିଥିଲା।