ଦେଶବାସୀଙ୍କୁ କ୍ଷମାଯାଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କାରଣ

Published By : Prameya-News7 Bureau | September 04, 2019 IST

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିସର୍ତ୍ତ କ୍ଷମାଯାଚନା କରିଛନ୍ତି। ତେବେ ଶାସନକାଳରେ ତାଙ୍କ ଦ୍ୱାରା ହୋଇଥିବା କୌଣସି ଭୁଲଚୁକ୍ କି ତ୍ରୁଟି ଲାଗି ନେୁହେଁ ଜୈନ ଧର୍ମର ‘ ପର୍ୟୁଷଣ ପର୍ବ ’ ଉପଲକ୍ଷେ ତାଙ୍କ ଟ୍ୱିଟ୍ ରେ ‘ମିଚ୍ଛାମୀ ଦୁକ୍କଡମ’ ବ୍ୟକ୍ତ କରିଛନ୍ତି। ଅର୍ଥାତ ସବୁ ତ୍ରୁଟିର ମାର୍ଜନା ଲାଗି ନିବେଦନ କରିଛନ୍ତି। ଜୈନ ଧର୍ମାବଲମ୍ବୀଙ୍କର ସାମ୍ବତ୍ସରିକ ଉତ୍ସବ ପର୍ୟୁଷଣ ପର୍ବର ଉଦଯାପନ ଦିବସକୁ ମିଚ୍ଛାମୀ ଦୁକ୍କଡମ ଭାବେ ପାଳନ କରାଯାଏ । ଏଥିଲାଗି ବୁଧବାର ଦିଲ୍ଲୀ ବିଜ୍ଞାନ ଭବନରେ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଯୋଗଦେଇ  ଦେଶ ସମେତ ବିଶ୍ୱବାସୀଙ୍କୁ ‘ମିଚ୍ଛାମୀ ଦୁକ୍କଡମ’ ଜ୍ଞାପନ କରିଛନ୍ତି ।

wp:html /wp:html

ଜୈନ ଧର୍ମାନୁସାରେ ଆମ ଦ୍ୱାରା ଜାଣତ ବା ଅଜାଣତରେ ଅନେକ ଭୁଲ ତ୍ରୁଟି ହୋଇଥାଏ। ଏଣୁ କ୍ଷମା ଯାଚନା ନିମନ୍ତେ ଏହି ସାମ୍ବତ୍ସରିକ ପର୍ବ ଅନୁଷ୍ଠିତ ହୋଇଥାଏ। ଏହି ପର୍ବ ଅବସରରେ ସର୍ବ ଦୋଷ ମାର୍ଜନ ହୋଇଥାଏ ବୋଲି ଜୈନ ଧର୍ମାବଲମ୍ବୀଙ୍କ ବିଶ୍ୱାସ ରହିଛି। ମୂର୍ତ୍ତି ପୂଜକ ଜୈନଧର୍ମାବଲମ୍ବି ଗତ ମଙ୍ଗଳବାର ମିଚ୍ଛାମୀ ଦୁକ୍କଡମ କରିଥିବା ବେଳେ ସ୍ଥାନକବାସୀମାନେ ଏହାର ପରଦିନ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ଉତ୍ସବ ପାଳନ କରିଥିଲେ।

{"id":153110,"width":581,"height":447}

ପ୍ରଧାନମନ୍ତ୍ରୀ ଜୈନ ଧର୍ମାବଲମ୍ବୀଙ୍କୁ ପର୍ୟୁଷଣ ପର୍ବର ଶୁଭେଚ୍ଛା ଜ୍ଞାପନ କରି ଏହି ପର୍ବ ସମସ୍ତଙ୍କୁ ଦୟାଳୁ ଓ ସାମଞ୍ଜସ୍ୟପୂର୍ଣ୍ଣ ହେବାକୁ ଶିକ୍ଷା ଦେଇଥାଏ। ସମାଜରେ ଭାତୃତ୍ୱଭାବ ବୃଦ୍ଧି ଲାଗି ପର୍ବ ଆମକୁ ପ୍ରେରଣା ଦେଇଥାଏ ବୋଲି ମୋଦି ବାର୍ତ୍ତାରେ ଉଲ୍ଲେଖ କରିଥିବା ବେଳେ ଆତ୍ମା ଦ୍ୱାରା ଆତ୍ମାକୁ ଅନୁଭବ କରିବାର ବିଚାର ଉଦ୍ରେକ କରାଇଥାଏ ବୋଲି ମୋଦି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.