କରୋନା ସ୍ଥିତିକୁ ନେଇ ଏପ୍ରିଲ ୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ମୋଦି : ହୋଇପାରେ ବଡ଼ ଘୋଷଣା !

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୦୫/୦୪ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ରୋକିବା ଦିଗରେ ଆଲୋଚନା ହେବ । ଅର୍ଥାତ ସାରା ଦେଶରେ ପୁଣିଥରେ ଲକ୍‌ଡାଉନ୍‌, କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଇପାରେ ।

 ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ନେଇ ଆଲୋଚନା ହୋଇଥିଲା । ବୈଠକରେ କ୍ୟାବିନେଟ୍‌ ସଚିବ, ପିଏମ୍‌ଙ୍କ ପ୍ରଧାନ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଡାକ୍ତର ବିନୋଦ ପାଲ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.