Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଶୀ ନୁହେଁ ପ୍ରଧାନମନ୍ତ୍ରୀ ଗୁଜରାଟରେ ପାଳନ କରିବେ ୬୯ତମ ଜନ୍ମଦିନ, ଜାଣନ୍ତୁ କରିବେ କ’ଣ

ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ତାରିଖ ମଙ୍ଗଳବାର ତାଙ୍କର ୬୯ତମ ଜନ୍ମ ଦିବସ ପାଳନ କରିବେ। ଚଳିତବର୍ଷ ସେ ଗୁଜରାଟରେ ଜନ୍ମ ଦିବସ ପାଳନ କରିବାକୁ ଥିବାବେଳେ ‘ନମାମୀ ଦେବୀ ନର୍ମଦେ’ ମହୋତ୍ସବରେ ଭାଗନେବେ। ଏଥିଲାଗି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିବା ଜଣାପଡିଛି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ସରୋବର ପରିଦର୍ଶନ ସହ ପୂଜାର୍ଚ୍ଚନା ବି କରିବେ।

ସର୍ଦ୍ଦାର ସରୋବର ଏବେ ଓଭର ଫ୍ଲୋ ନିକଟରେ ପହଞ୍ଚିଯାଇଛି। ବନ୍ଧର ଜଳସ୍ତର ଐତିହାସିକ ୧୩୮ ମିଟରକୁ ପାର କରିଗଲାଣି। ଏହି ବନ୍ଧକୁ ସର୍ବାଧିକ ୧୩୮ ମିଟର ୬୮ ଇଞ୍ଚ ପର୍ଯ୍ୟନ୍ତ ପୁରଣ କରାଯାଇପାରିବ। ଏଣୁ ପ୍ରକଳ୍ପ ପୂର୍ଣ୍ଣ ଜଳଧାରଣ କ୍ଷମତାରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଲାଗି ଗୁଜରାଟସରକାର  ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପରେ ନଦୀ ଆରତୀ କାର୍ଯ୍ୟକ୍ରମ ସାଙ୍ଗକୁ ରାଜ୍ୟରେ ନର୍ମଦା ମହୋତ୍ସବର ପାଳନ କରିବାକୁ ସ୍ଥିର କରିଛନ୍ତି । ଏଥିଲାଗି ସାରା ରାଜ୍ୟରେ ୫ ହଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ନର୍ମଦା ମହୋତ୍ସବ ଲାଗି ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି। ଚଳିତବର୍ଷ ମଧ୍ୟପ୍ରଦେଶରେ ଭଲ ବର୍ଷା ହୋଇଥିବାରୁ ସର୍ଦ୍ଦାର ସରୋବକୁ ଅଧିକ ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରିଛି। ଏଣୁ ନଦୀବନ୍ଧ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ପୁରଣ ହୋଇପାରିବ। ବନ୍ଧର ଜଳସ୍ତର ଏବେ ବୃଦ୍ଧି ହେବା ଯୋଗୁ ୨୩ଟି କବାଟ ଜରିଆରେ ୬ ଲକ୍ଷ କ୍ୟୁସେକ୍ ରୁ ଅଧିକ ଜଳ ନିଷ୍କାସିତ କରାଯାଉଛି। ଏଣୁ ନର୍ମଦା, ଭରୁଚ ଓ ବଡୋଦରା ଜିଲ୍ଲାକୁ ଆଲର୍ଟ କରାଯାଇଛି।

156 Views

   ସମ୍ବନ୍ଧିତ ଖବର