Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦେଶବାସୀଙ୍କୁ ସମ୍ୱୋଧନ କରିବେ ମୋଦି, ଟିକାକରଣ ନେଇ ହୋଇପାରେ ଚର୍ଚ୍ଚା

22/10/2021 at 8:23 AM

ନୂଆଦିଲ୍ଲୀ ୨୨/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ ଟାରେ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଦେଶରେ କରୋନା ଟିକାକରଣ ଶହେ କୋଟି ଡୋଜରେ ପଂହଚିଛି । ଏହି ଅବସରରେ ଦୋଶବାସୀକୁ ସମ୍ୱାଧନ କରିବେ ନମୋ ।

ସେନେଇ ଆଜିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କଣ କହୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ଶହେ କୋଟି ଡୋଜ ଟିକାକରଣ କରି ଦେଶ ବିଶ୍ୱରେ ଏକ ମାଇଲଖୁଂଟ ସ୍ଥାପନ କରିଛି । ଏଥିମଧ୍ୟରୁ ୭୧ କୋଟିି ୯ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ ନେଇଥିବାବେଳେ ୨୯ କୋଟି ୫୩ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି ।

ଦେଶରେ କରୋନା ସଂକ୍ରମଣ କମିଥିଲେ ବି ଭୟ ଯାଇନାହିଁ । ବ୍ରିଟେନ ଓ ଋଷରେ କରୋନା ସଂଖ୍ୟା ବଢୁଛି । ଏଭଳି ସ୍ଥଳେ ଆଗକୁ ଦୀପାବଳି ଓ ଛଟପୂଜା ଥିବାରୁ ଲୋକଙ୍କୁ ସତର୍କ ପାଇଁ ଆଜିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇପାରନ୍ତି ବୋଲି ଆଶା କରାଯାଉଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଶିଶୁଙ୍କ ଟିକାକରଣ ବୋଲି ଚର୍ଚ୍ଚା ହେଉଛି ।

   Related Posts