Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ଧାରା ୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

8/08/2019 at 5:34 PM

ନୂଆଦିଲ୍ଲୀ ୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତି ୮ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ। ମୁଖ୍ୟତଃ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କାଶ୍ମୀରର ପୁନର୍ଗଠନ ପ୍ରସଙ୍ଗରେ ସେ ଦେଶବାସୀଙ୍କ ନିକଟରେ ତାଙ୍କର ବକ୍ତବ୍ୟ ରଖିବେ। ଏହି ବକ୍ତବ୍ୟରେ ଜମ୍ମୁ-କାଶ୍ମୀର ପାଇଁ ବଡ ଧରଣର ପ୍ୟାକେଜ୍ ଘୋଷଣା କରିବେ ବୋଲି ଆଶା କରାଯାଉଛି। କେବଳ ସେତିକି ନୁହେଁ ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କାଶ୍ମୀର ପୁନର୍ଗଠନ ପ୍ରସଙ୍ଗରେ ପାକିସ୍ତାନ ପକ୍ଷରୁ ଆସୁଥିବା ପ୍ରତିକ୍ରିୟାର ମଧ୍ୟ ଜବାବ ରଖିବେ ବୋଲି ଆଶା କରାଯାଉଛି।

ଗତ ୫ ତାରିଖ ଦିନ ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଓ ଜମ୍ମୁ-କାଶ୍ମୀର ପୁନର୍ଗଠନ ସମ୍ପର୍କିତ ବିଧେୟକ ରାଜ୍ୟସଭାରେ ଆଗତ ହୋଇଥିଲା। ଦିନ ତମାମ ପ୍ରବଳ ହଟ୍ଟଗୋଳ ଓ ତର୍କ ପରେ ସନ୍ଧ୍ୟାରେ ୧୨୫-୬୧ ଭୋଟରେ ବିଧେୟକ ଗୃହୀତ ହୋଇଥିଲା। ୬ ତାରିଖ ଦିନ ଲୋକସଭାରେ ମଧ୍ୟ ଏହି ବିଧେୟକ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଲୋକସଭାରେ ୩୭୦-୭୦ ଭୋଟରେ ବିଧେୟକଟି ଗୃହୀତ ହୋଇଥିଲା। ଏହା ପରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ବିଧେୟକ ସମ୍ପର୍କରେ ୭ ତାରିଖ ଦିନ ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା। ତେବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

ଗୁରବାର ଅପରାହ୍ମ ୪ଟା ବେଳେ ବେତାର ମାଧ୍ୟମରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କ ବକ୍ତବ୍ୟ ରଖିବେ ବୋଲି ଅଲ ଇଣ୍ଡିଆ ରେଡିଓ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ପରବର୍ତ୍ତି ସମୟରେ ଆକାଶବାଣୀ ପକ୍ଷରୁ କୁହାଯାଇଥିଲା ଯେ ଏହି କାର୍ଯ୍ୟସୂଚୀରେ ପରିବର୍ତ୍ତନ ଘଟିପାରେ। ସଦ୍ୟ ମିଳିଥିବା ଖବରଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କର ବକ୍ତବ୍ୟ ରଖିବେ।

ଉଲ୍ଲେଖ ଯୋଗ୍ୟ ଯେ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ଜମ୍ମୁ-କାଶ୍ମୀରର ପୁନର୍ଗଠନ ପରିପ୍ରେକ୍ଷୀରେ ଜମ୍ମୁ-କାଶ୍ମୀରରେ ୩୫ ହଜାର ଅତିରିକ୍ତ ସୈନ୍ୟ ମୁତୟନ ହୋଇଛନ୍ତି। ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଓ ୧୪୪ ଧାରା ଜାରି କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମହବୁବ ମୁଫ୍ତିଙ୍କୁ ଗିରଫ କରାଯାଇଛି। ଜମ୍ମୁ-କାଶ୍ମୀରରୁ କର୍ଫ୍ୟୁ ହଟାଇବା ଲାଗି ଆଜି ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ ହୋଇଛି। ସେହିଭଳି ସରକାରଙ୍କ ସରକାରଙ୍କ ଜମ୍ମୁ-କାଶ୍ମୀର ସମ୍ପର୍କିତ ବିଧେୟକକୁ ସୁପ୍ରିମକୋର୍ଟରେ ପୃଥକ ଏକ ମାମଲାରେ ଚାଲେଞ୍ଚ କରାଯାଇଛି।

ବିଧେୟକ ଗୃହୀତ ହେବା ପରେ ଜମ୍ମୁ-କାଶ୍ମୀରର ବିଭାଜନ ହୋଇଛି। ଜମ୍ମୁ ଓ କାଶ୍ମୀରକୁ ନେଇ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଲଦ୍ଦାଖକୁ ଜମ୍ମୁ-କାଶ୍ମୀରରୁ ଅଲଗା କରି ସ୍ୱତନ୍ତ୍ର ଭାବେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଯାଇଛି।  

ଜମ୍ମୁ-କାଶ୍ମୀରର ପୁନର୍ଗଠନ ଏବଂ ୩୭୦ ଧାରା ଉଚ୍ଛେଦକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ଏହା ସହଯୋଗୀ ଦଳମାନେ ଅସମ୍ବିଧାନିକ ବୋଲି ବର୍ଣ୍ଣନା କରିଛନ୍ତି। ଅପରପକ୍ଷରେ ପଡୋଶୀ ରାଷ୍ଟ୍ର ପାକିସ୍ତାନ ମଧ୍ୟ ଏହାକୁ ଅବୈଧ ବୋଲି କହିଛି। ଏହି ନୂଆ ଆଇନ ପରିପ୍ରେକ୍ଷୀରେ ଭାରତ ସହ ପାକିସ୍ତାନ ସମସ୍ତ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିଛି। ସମଝୌତା ଏକ୍ସପ୍ରେସ୍ ବନ୍ଦ କରିଦିଆଯାଇଥିବା ବେଳେ ଭାରତୀୟ ଯାତ୍ରୀବାହୀ ବିମାନ ଉପରେ ମଧ୍ୟ ପାକିସ୍ତାନ କଟକଣା ଜାରି କରିଛି। ଭାରତର ଏହି ନିଷ୍ପତ୍ତିକୁ ପାକିସ୍ତାନ ଏକଚାଟିଆ ବୋଲି କହିବା ସହ ମିଳିତ ଜାତିସଂଘରେ ଫେରାଦ ହେବ ବୋଲି ଧମକ ଦେଇଛି।  

   Related Posts