୭ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | September 21, 2019 IST

ନୂଆଦିଲ୍ଲୀ ୨୧।୯: ୭ ଦିନିଆ ଆମେରିକା ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୫ ମିନିଟରେ ଜର୍ଜ ବୁଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ପହଞ୍ଚିବେ ମୋଦି। କାଲି ରାତିରେ ଟେକ୍ସାସର ହଷ୍ଟନ ସହରରେ ହାଉଡି ମୋଦି କାର୍ଯ୍ୟକ୍ରମରେ ଭାରତୀୟ-ଆମେରିକା ସମୁଦାୟଙ୍କ ଦ୍ବାରା  ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ।

ହଷ୍ଟନର ଏନଆରଜି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ  ପାଖାପାଖି ୫୦ ହଜାର ଭାରତୀୟ-ଆମେରିକା ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମରେ ସାମିଲ  ହେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଫ୍ରାନ୍ସର ବାରିଆଚରେ ଆୟୋଜିତ ଜି-୭ ଶିଖର ବୈଠକ ପରେ ପୁଣି ମୋଦି-ଟ୍ରମ୍ପଙ୍କୁ  ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିବ।

ସୋମବାର ମୋଦି ଜାତିସଂଘ ସାଧାରଣ ପରିଷଦରେ ଜଳବାୟୁ ସମ୍ମିଳନୀକୁ ସମ୍ବୋଧିତ କରିବେ। ଆତଙ୍କବାଦ ପ୍ରସଙ୍ଗରେ ବିଶ୍ବର କିଛି ତୁଙ୍ଗ ନେତାଙ୍କୁ ଭେଟିବେ। ଆମେରିକା କଂଗ୍ରେସର ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ ଆଲୋଚନା କରିବେ। ୨୭ରେ ଜାତିସଂଘ ସାଧାରଣ ପରିଷଦରେ ମୋଦି ରଖିବେ ଅଭିଭାଷଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.