ସେନା ପୋଷାକରେ ଲଦାଖରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ସୀମାରେ ସ୍ଥିତି ସମୀକ୍ଷା ଓ ସେନା ସହ ଆଲୋଚନା
3/07/2020 at 11:19 AM

ନୂଆଦିଲ୍ଲୀ ୩।୭: ଲେହ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ସରପ୍ରାଇଜ୍ । ସେନାର ମନୋବଳ ବଢାଇବା ପାଇଁ ମୋଦି ଗସ୍ତ କରିଛନ୍ତି । ସୀମାରେ ଉତ୍ତେଜନା ସମୟରେ ଲଦାଖରେ ମୋଦି । ଲେହ ଏୟାରପୋର୍ଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଗଲଓ୍ବାନ ଘାଟି ଯିବା ନେଇ ସୂଚନା ମିଳିନି । ସ୍ଥଳସେନା, ବାୟୁସେନା ITBP ଯବାନଙ୍କୁ ଭେଟୁଛନ୍ତି ମୋଦି । ସୀମାରେ ମୁତୟନ ସେନା ସହ ମୋଦିଙ୍କ ଆଲୋଚନା । ସ୍ଥିତି ସଂପର୍କରେ ମୋଦିଙ୍କୁ ସୂଚନା ଦେଉଛନ୍ତି ସେନା ଅଫିସର ।

ମୋଦିଙ୍କ ସହ ଲେହ ଯାଇଛନ୍ତି CDS ବିପିନ ରାୱତ । ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହେବା ପରେ ସୀମାରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଉଭୟ ଦେଶ ସୀମାରେ ଭାରି ସେନାବଳ ସହ ଯୁଦ୍ଧାସ୍ତ୍ର ଏବଂ କ୍ଷେପଣାସ୍ତ୍ର ମୁତୟନ କରିଛନ୍ତି । ଉଭୟ ଦେଶର ସେନାସ୍ତରୀୟ ଆଲୋଚନାରେ କୌଣସି ସମାଧାନର ସୂତ୍ର ବାହାରିପାରିନି ।

ପୂର୍ବ ଲଦାଖର ସୀମା ନିକଟରୁ ସେନା ହଟାଇବା ପାଇଁ ଚୀନ୍ ରାଜି ହୋଇଥିଲେ ମଧ୍ୟ ଧୋକାବାଜି କରିବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହଛି । ଲଦାଖରେ ଭାରତ ୪୫ହଜାରରୁ ଅଧିକ ସେନାବଳ ମୁତୟନ କରିଛି । ଏହାସହ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ କରିଛି । ବାୟୁସେନା ଏବଂ ସ୍ଥଳସେନା ସ୍ଥିତି ଉପରେ ନଜର ରଖିଛନ୍ତି । ଏପରି ସ୍ଥିତିରେ ମୋଦିଙ୍କ ଗସ୍ତର ଗୁରୁତ୍ବ ରହିଛି । ମୋଦିଙ୍କ ସହ ସେନାମୁଖ୍ୟ ଜେନେରାଲ ନରଭଣେ ମଧ୍ୟ ଅଛନ୍ତି । ଗଲୱାନ ଘାଟି ହିଂସାରେ ଆହତ ଯବାନଙ୍କୁ ଭେଟିବେ ମୋଦି ।