ଆସନ୍ତା ୨୬ରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | May 23, 2018 IST

ଆସନ୍ତା ୨୬ରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚାଲିଛି ପ୍ରସ୍ତୁତି । ମୋଦିଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସଭାସ୍ଥଳ ବୁଲି ଦେଖିଛନ୍ତି । କାର୍ଯ୍ୟକ୍ରମ ସଫଳତା ନେଇ ଦଳର ବରିଷ୍ଠ ନେତା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଜୁଏଲ ଓରାମ । ଏଥି ସହ ଆଜି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ହେଲିପ୍ୟାଡ୍ ଓ ସଭାସ୍ଥଳ ବୁଲି ଦେଖିଛନ୍ତି । SPG ସହ କଟକ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ବାଲିଯାତ୍ରା ପଡିଆରୁ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ସରକାରଙ୍କ ଠାରୁ ଓଡ଼ିଶା କଣ ପାଇଛି ଏବଂ ଦେଶ ୪ବର୍ଷରେ କେଉଁଠି ପହଞ୍ଚିଛି, ତାର ଟିକନିଖି ହିସାବ ଲୋକଙ୍କ ପାଖରେ ରଖିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏୟାରପୋର୍ଟଠାରୁ କଟକ ପର୍ଯ୍ୟନ୍ତ ୧୦୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏଥି ସହ ୨ ଜଣ ଡିସିପି ସ୍ବତନ୍ତ୍ର ଦାୟିତ୍ବରେ ରହିବେ । ନିଜେ ପୋଲିସ କମିଶନର ସବୁ ଘଟଣାର ତଦାରଖ କରିବେ । କଂଗ୍ରେସର ବିରୋଧ ଓ ବିଜେଡିର ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ପୋଲିସ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.