କଲମ୍ବୋ ସେଣ୍ଟ ଏନ୍ଥୋନିଜ୍ ଶ୍ରାଇନରୁ ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ଆରମ୍ଭ, ସମ୍ପର୍କ ବୃଦ୍ଧି ପାଇଁ ରାଷ୍ଟ୍ରପତି ଭବନରେ ରୋପଣ କଲେ ଅଶୋକ ଚାରା

Published By : Prameya-News7 Bureau | June 09, 2019 IST

କଲମ୍ବୋ ୯।୬ :  ମାଲଦ୍ବୀପ ଗସ୍ତ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ପଡୋସୀ ରାଷ୍ଟ୍ରଙ୍କ ସହ ସମ୍ପର୍କ ମଜଭୁତ କରିବା ପାଇଁ ‘ନେବରହୁଡ ଫାଷ୍ଟ’  କାର୍ଯ୍ୟକ୍ରମରେ ମୋଦି ଦ୍ବିତୀୟ ପାଳି ସରକାରରେ ପ୍ରାଥମିକତା ଦେଉଛନ୍ତି ।ଏଣୁ ତାଙ୍କର ମାଲଦ୍ବୀପ ଓ ପରେ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମକୁ ଏବେ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଗସ୍ତକାର୍ଯ୍ୟକ୍ରମ ଅନୁସାରେ ମୋଦି କଲମ୍ବୋ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧା ସେଣ୍ଟ  ଆନ୍ଥୋନିଜ ଶ୍ରାଇନକୁ ଯାଇ ଇଷ୍ଟର ସଣ୍ଡେ ଆତଙ୍କବାଦ ଆକ୍ରମଣରେ ପ୍ରାଣହରାଇଥିବା ନିରିହ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

{"id":121398}

ଇଷ୍ଟର ସଣ୍ଡେ ଆତଙ୍କବାଦ ଆକ୍ରମଣ ପରେ ମୋଦି ଶ୍ରୀଲଙ୍କା ପହଞ୍ଚିବାରେ ବିଶ୍ବର ପ୍ରଥମ ବିଦେଶୀ ନେତା। ଏଣୁ ଗସ୍ତ ଆରମ୍ଭରେ ମୋଦି ଟ୍ବିଟର ହ୍ୟାଣ୍ଡଲରେ ସେଣ୍ଟ ଆନ୍ଥୋନିଜ୍ ଶ୍ରାଇନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗସ୍ତ ଆରମ୍ଭ କରୁଥିବା ଉଲ୍ଲେଖ କରିଛନ୍ତି। ଏହି ଟ୍ବିଟ୍ ବାର୍ତ୍ତାରେ ମୋଦି ମୃତକଙ୍କ ପରିଜନଙ୍କ ସମେତ ଆହତଙ୍କ ପ୍ରତି ମଧ୍ୟ ସମବେଦନା ମଧ୍ୟ  ଜ୍ଞାପନ କରିଛନ୍ତି । ପରେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ଶିରିସେନାଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ। ଏହି ଅବସରରେ ଉଭୟ ନେତା ଶାନ୍ତି ଓ ସଦଭାବ ନିମନ୍ତେ ରାଷ୍ଟ୍ରପତି ଭବନ ସଚିବାଳାୟ ପରିସରରେ ଏକ ଅଶୋକ ବୃକ୍ଷ ରୋପଣ କରିଛନ୍ତି।

wp:html /wp:html

ଗତ ଇଷ୍ଟର ସଣ୍ଡେରେ ଆତଙ୍କବାଦୀ ଏକକାଳୀନ  ରାଜଧାନୀ କଲମ୍ବୋର ସେଣ୍ଟ ଆନ୍ଥୋନିଜ୍ ଚର୍ଚ୍ଚ ସମେତ ପଶ୍ଚିମ ଉପକୂଳ ସହର ନେଗମ୍ବୋର ସେଣ୍ଟ ସେବେଷ୍ଟିଆନ୍ସ ଚର୍ଚ୍ଚ, ବଟ୍ଟିକଲୋବାର ଏକ ଚର୍ଚ୍ଚ ଓ ୩ଟି ସମ୍ଭ୍ରାନ୍ତ ହୋଟେଲ ଉପରେ ଆକ୍ରମଣ କରିଥିଲେ। ଏହି ସମସ୍ତ ଆକ୍ରମଣ ପାଇଁ ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଆଇଏସଆଇଏସ ନିଜକୁ ଦାୟି କରିଥିବା ବେଳେ ସରକାର ସ୍ଥାନୀୟ ଉଗ୍ରବାଦ ସଙ୍ଗଠନ ନ୍ୟାସନାଲ ତୌହିଦ ଜମାତ (ଏନଚିଜେ)କୁ ଦାୟି କରିଛନ୍ତି। ତେବେ ଆତଙ୍କବାଦୀଙ୍କ ହୀନ କୃତ୍ୟ ଶ୍ରୀଲଙ୍କାର ଦମ୍ଭକୁ ଭାଙ୍ଗିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ  କହିବା ସହ ଦେଶ ପୁଣି ଉଠି ଛିଡା ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.