ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ; ୧୩ପ୍ରକଳ୍ପର ହେବ ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ

Published By : Prameya-News7 Bureau | December 24, 2018 IST

ଭୁବନେଶ୍ବର ୨୪|୧୨: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତକୁ ନେଇ  ନେତା, କର୍ମୀ ତତ୍ପର । ଆଇଆଇଟି ପରିସରରେ ସରକାରୀ କାର୍ଯ୍ୟକ୍ରମ ପରେ  ଖୋର୍ଦ୍ଧା ଗୋଶାଳା ପଡିଆ ହେବ ବିଜେପି  ସାଧାରଣ ସଭା ।  ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ୭ କେନ୍ଦ୍ରମନ୍ତ୍ରୀ ଓ ଛାମୁଆ ନେତାଙ୍କ ଗହଣରୁ ୨୦୧୯ ନିର୍ବାଚନ ବିଗୁଲ ଫୁଙ୍କିବେ ମୋଦି ।  ପ୍ରଧାମନ୍ତ୍ରୀଙ୍କ ଗସ୍ତକୁ ନେଇ ବି ସବୁ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ ।

{"id":66614}

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏଇଠୁ ଫୁଙ୍ଗିବେ ୨୦୧୯ ସାଧାରଣ ନିର୍ବାଚନ ବିଗୁଲ । ଦିନ ୧ଟା ୦୫ରେ  ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଏୟାର ପୋର୍ଟରେ ପହଁଚିବେ । ସେଠାରୁ ହେଲିକପ୍ଟରରେ ସିଧା ଆଇଆଇଟି କ୍ୟାମ୍ପସକୁ ଯିବେ । ସେଠାରେ ଭୁବନେଶ୍ବର ଆଇଆଇଟିକୁ ଲୋକାର୍ପଣ ଓ ବ୍ରହ୍ମପୁର ଆଇଜରର ଶିଳାନ୍ୟାସ କରିବେ ମୋଦି । ଏହା ସହ ୧୪ ହଜାର ୫୨୫କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ଓ ଶୁଭ ଶିଳାନ୍ୟାସ କରିବେ । ଏହା ପରେ ଦିନ ୧ଟା ୪୦ରେ କାରକେଡରେ ସିଧା ଗୋଶାଳା ପଡିଆକୁ ଯାଇ ଦଳୀୟ ସାଧାରଣ  ସଭାରେ ଉଦବୋଧନ ଦେବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି କାରକେଡ ରିହଲସେଲ ବି ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ୪୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି ।  କେନ୍ଦ୍ରାଞ୍ଚଳ ଆଇଜି ସୈମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ବାବଧାନରେ ୪ ଜଣ ଏସ୍‌ପି, ୧୦ ଜଣ ଆଡିସିନାଲ ଏସ୍‌ପି,  ୩୦ ଜଣ ଡିଏସ୍‌ପି ଏବଂ ୧୫୦ ଜଣ ପୋଲିସ ଅଧିକାରୀ ରହିବେ ।

{"id":66461}

ଜାନୁଆରୀ ପ୍ରଧାନମନ୍ତ୍ରୀ ପୁଣି ଦୁଇଥର ଆସିବେ।  ୫ ରେ ବାରିପଦା ଓ ଜାନୁଆରୀ ୧୬ରେ ପଶ୍ଚିମ ଓଡିଶା ମୋଦିଙ୍କ କାର୍ଯ୍ୟକ୍ରମରେ ରହିଛି। ତିନୋଟି ହିନ୍ଦି ରାଜ୍ୟ ବିଜେପି ହାତରୁ ଯିବା ପରେ ପୂର୍ବାଞ୍ଚଳକୁ ଭରସା କରିଛି ବିଜେପି । ସେଥିଲାଗି ଓଡିଶା ଉପରେ ଫୋକସ କରୁଥିବା କୁହାଯାଉଛି ।

{"id":66612}

ମୋଦିଙ୍କ ଗସ୍ତ ନେଇ ଗତକାଲି ଫିଲ୍‌ଡ ସଜାଡିଛନ୍ତି ଟିମ୍‌ ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ଜୁଏଲ ଓରାମଙ୍କ ସହିତ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ କାଲି ଖୋର୍ଦ୍ଧାରେ ପରଖିଛନ୍ତି ପ୍ରସ୍ତୁତି।  ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ମହେଶ ଶର୍ମା, ପ୍ରକାଶ ଜେଭେଡକରଙ୍କ ସମେତ ୭ ହେଭି ଓ୍ବେଟ କେନ୍ଦ୍ରମନ୍ତ୍ରୀ ରହିବେ ।  ପୂର୍ବ ଗସ୍ତ ସମୟରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଥିଲେ ମୋଦି ।  ଏଥର ମୋଦିଙ୍କ ଆଭିମୁଖ୍ୟ କଣ ରହିବ ସସ୍ପେନ୍‌ସ ବଳବତ୍ତର ରହିଛି।  ରାଜ୍ୟରେ ୧୨୦ ପ୍ଲସର ଲକ୍ଷ୍ୟ ରଖିଥିବା ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବେଶ୍ ଉତ୍ସାହିତ । ହେଲେ  ସେପଟେ ବିଜେଡି ଓ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ପ୍ରଭାବ ରାଜ୍ୟ ରାଜନୀତିରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.