Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର, ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର ୨୩|୪: ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଆଗାମୀ ୨୯ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ହେବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ପ୍ରଚାର ଚାଲିଛି । ପ୍ରଚାର ପାଇଁ ରାଜ୍ୟକୁ ବିଜେପିର ହେବିଓ୍ବେଟ୍ ଙ୍କ ଲମ୍ବା ଲାଇନ୍ ରହିଛି ।

ଏହି ପରିପ୍ରେକ୍ଷୀରେ ଆଜି  ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେନ୍ଦ୍ରାପଡା ଆସୁଛନ୍ତି ମୋଦି | କେନ୍ଦ୍ରାପଡା ବାରୁଅଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି | ଆଜି ଦିନ ପ୍ରାୟ ସାଢେ ୧୧ଟାରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାରେ ପହଞ୍ଚିବେ | ଏଥିପାଇଁ ବାରୁଅଠାରେ ୪୫ ଏକର ଜାଗା ଉପରେ ଏକ ମଞ୍ଚ ଓ ସଭାସ୍ଥଳ ପ୍ରସ୍ତୁତ କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ ସହିତ ମଞ୍ଚରେ ଓଡିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ଉପାଦକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ ଏବଂ କେନ୍ଦ୍ରାପଡାର ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହିବେ |

ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି | ବିଭିନ୍ନ ସ୍ଥାନରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି | ତେବେ ମୋଦିଙ୍କ ଗସ୍ତ ବିଜେପିକୁ ନେଇ ବିଜେପି ପ୍ରାର୍ଥୀ ନିଜ ଭୋଟ୍ ବଢିବା ନେଇ ବେଶ୍ ଆଶାବାଦୀ ଅଛନ୍ତି |

201 Views

   ସମ୍ବନ୍ଧିତ ଖବର