ଆଜି ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ; ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

Published By : Prameya-News7 Bureau | January 05, 2019 IST

ଭୁବନେଶ୍ବର ୦୫|୦୧: ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ବାରିପଦା ଗସ୍ତରେ ଏଥର ଓଡିଶାକୁ ପାଖାପାଖି  ଚାରି ହଜାର କୋଟିର ଉପହାର ଦେବେ। ଐତିହାସିକ ଛଉପଡିଆରେ ମୋଦି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ। ତେଣୁ ସଭାସ୍ଥଳରେ ଜିଲ୍ଲା ତଥା କେନ୍ଦ୍ରର ବିଭିନ୍ନ ତୁଙ୍ଗ ନେତା ମାନେ ଆସି ଯାଞ୍ଚ କରିଛନ୍ତି । ସଭାସ୍ଥଳରେ ଚାଲିଥିବା କାର୍ଯ୍ୟକୁ ତଦାରଥ କରିଛନ୍ତି । ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ପୁରୁଖା ନେତାମାନେ ମଧ୍ୟ ବାରିପଦା ଛଉପଡିଆରେ ଉପସ୍ଥିତ ରହିବା ସହିତ ପ୍ରତ୍ୟକ୍ଷ ଭାବେ ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି । ମୟୂରଭ ଜିଲ୍ଲା ତଥା ଜିଲ୍ଲାବାସୀଙ୍କ ପ୍ରତି ମୋଦିଙ୍କର ବିଶେଷ ଭାବେ ସ୍ନେହ ଥିବାରୁ ସେ ଜିଲ୍ଲାବାସୀଙ୍କୁ ଭେଟି ତାଙ୍କ ଶାସନକାଳର ସମସ୍ତ ତଥ୍ୟ ବାଢିବେ ବୋଲି କହିଛନ୍ତି ରାଷ୍ଟ୍ରୀୟ ସମ୍ପାଦକ।

ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୁରୀରେ ନବୀନ ଶକ୍ତି ପ୍ରଦର୍ଶନ କରିବେ । ତାପୂର୍ବରୁ ନବୀନ ମୋଦିଙ୍କ ଆଗରେ ପ୍ରଶ୍ନ ବାଣ ଠିଆ କରାଇସାରିଲେଣି । ଖୋର୍ଦ୍ଧା ସମାବେଶ ମୋଦି ଯାହା ପ୍ରଶ୍ନ ପଚାରିଥିଲେ ତାର ଜବାବ ରଖି ନବୀନ କାଉଣ୍ଟର ଚ୍ୟାଲେଞ୍ଜ କରିଛନ୍ତି । ପୁରୀରେ ୫୦ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏକାଠି କରିବେ ମୁଖ୍ୟମନ୍ତ୍ରୀ ।

{"id":70503}

ଜବାବ-ପ୍ରତିଜବାବ, ଆଟାକ୍‌ କାଉଣ୍ଟର ଆଟାକ। ପ୍ରଶ୍ନ ଉତ୍ତର ବାଣରେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଖୋର୍ଦ୍ଧା ସମାବେଶ ପ୍ରଧାନମନ୍ତ୍ରୀ ମୋଦି ଜଳସେଚନ ନେଇ ରାଜ୍ୟ ସରକାରଙ୍କ କରିଥିବା ପ୍ରଶ୍ନର ଜବାବ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଦେବା ପରେ ଏବେ ଜୋର ଧରିଛି ରାଜନୀତି । ମୋଦିଙ୍କୁ ଓଲଟା ସ୍ପଷ୍ଟୀ କରଣ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଘେରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ରଖିଛି । ବଜେପି କହିଛି ରାଜ୍ୟରେ କାଗଜ କଲମରେ  ଜଳ ସେଚନ ଚାଲିଛି। ୧୯ ବର୍ଷ ଭିତରେ  ଗୋଟିଏ ବି ପ୍ରକଳ୍ପ କାମ ଶେଷ ହୋଇନି  ବରଂ ପ୍ରକଳ୍ପର ବ୍ୟୟ ବରାଦ  ୫ହଜାର କୋଟିରୁ ୧୭ହଜାର କୋଟିରେ ପହଞ୍ଚିଲାଣି।  ଏପଟେ ବିଜେପି ଆଶା କରିଛି ମୋଦି ବାରିପଦାରେ  ରାଜ୍ୟ ବିଜେପି ତାଳରେ ତାଳ ମିଳାଇ ରାଜ୍ୟ ସରକାରଙ୍କୁ ଜବାବ ଦେବେ।

{"id":70504}

ତେବେ ବିଜେଡି ପ୍ରଶ୍ନ କରିଛି ପ୍ରଧାନମନ୍ତ୍ରୀ ଜଳ ସେଚନ ବାବଦରେ କେନ୍ଦ୍ରର କେତେ ଅର୍ଥ ଓଡ଼ିଶାକୁ ଦେଇଛି ତାହା ସ୍ବଷ୍ଟ କରନ୍ତୁ।  ଆଜି ବି ପୁଣି ମୁଖ୍ୟମନ୍ତ୍ରୀ  ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଖୋର୍ଦ୍ଧା ରୁ ନୟାଗଡ ଏକ୍ସପ୍ରେସ ଟ୍ରେନ ଏବଂ ଗରିବ ରଥ ଚଲାଇବାକୁ ଅନୁରୋଧ କରିବା ସହ ବଲାଙ୍ଗୀରରୁ ଭାଇଁସାପାଲି ୧୬ କିଲୋମିଟର ସମ୍ପୂଣ୍ଣ ହୋଇଥିବାରୁ ଏହି ରୂଟରେ ଟ୍ରେନ ଚଳାଚଳ କରିବାକୁ ଦାବି କରିଛନ୍ତି।  ଚିଠିରେ ଓଡିଶାର ଦାବି କରିବା ସହିତ ମୋଦିଙ୍କ ସଭାକୁ  କାଉଣ୍ଟର କରିବାକୁ  ପୁରୀରେ ମୁଖ୍ୟମମନ୍ତ୍ରୀ ମହିଳା ସ୍ବଂୟ ସହାୟଗୋଷ୍ଠୀଙ୍କୁ ଏକାଠି କରିବେ। ପ୍ରାୟ ୫୦ ହଜାର ମହିଳାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେଡି।

{"id":70505}

ନିର୍ବାଚନ ଆଉ ତିନି ମାସ । ବିଜେପି ଟାର୍ଗେଟରେ ଓଡିଶା । ଯେଉଁଥିପାଇଁ ମୋଦି ଓ ଶାହାଙ୍କ ଘନ ଘନ ଗସ୍ତ। ଆଉ ବିଜେପିକୁ କାଉଣ୍ଟର କରିବାକୁ ଦୀର୍ଘ ୧୯ ବର୍ଷ ଧରି ଶାସନରେ ଥିବା ବିଜେଡି ବି କାଉଣ୍ଟର ଜବାବ ଦେଉଛି। ଆଜି ପୁରୀରୁ ବାରିପଦା ଚାଲିବ ପ୍ରଶ୍ନ ବାଣର ଲଢ଼େଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.