ଆସନ୍ତା ୨୯ରେ ଜୟପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | March 21, 2019 IST

ଜୟପୁର ୨୧|୩ : ବିଜେପି ଟାର୍ଗେଟରେ ଏବେ ଦକ୍ଷିଣ ଓଡିଶା। ଆଉ ମିଶନ ୧୨୦ ପ୍ଲସ୍ ପୂରଣ ପାଇଁ ଆସନ୍ତା ୨୯ ତାରିଖରେ ଜୟପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

ଜୟପୁରରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ସାଧାରଣ ସଭାରେ ଜୟପୁର ନିର୍ବାଚନ ମଣ୍ଡଳୀର ୭୦ ହାଜରରୁ ଉର୍ଦ୍ଧ୍ବ ଲୋକଙ୍କ ସହ ଆଖ ପାଖ ନିର୍ବାଚନ ମଣ୍ଡଳୀରୁ ମୋଟ୍ ଦେଢ ଲକ୍ଷ ଲୋକ ଯୋଗଦେବେ ବୋଲି କହିଛନ୍ତି ଜୟପୁରର ବରିଷ୍ଠ ବିଜେପି ନେତା ଅନୁପ ପାତ୍ର। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜୟପୁରରେ ୩ଟି ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ କେଉଁ ସ୍ଥାନ ବଛାଯିବ ତାହା ରାଜ୍ୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସେ। ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଧିଷ୍ଟ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ସ୍ଥିର ହୋଇନଥିବା କହିଛନ୍ତି ଅନୁପ ପାତ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.