ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜି-୨୦ ବୈଠକରେ ଦେବେ ଯୋଗ

Published By : Prameya-News7 Bureau | June 27, 2019 IST

ଓସାକା ୨୭|୬: ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଜି-୨୦ ବୈଠକରେ ଯୋଗ ଦେବା ପାଇଁ ମୋଦି ଜାପାନ ଯାଇଛନ୍ତି । ୨୯ ତାରିଖ ପର୍ଯ୍ୟନ୍ତ ମୋଦି ସେଠାରେ ରହିବେ । କେତେଗୁଡ଼ିଏ ବହୁପାକ୍ଷିକ ବୈଠକରେ ଉପସ୍ଥିତ ରହିବା ସହ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସମେତ ବିଶ୍ୱ ନେତାମାନଙ୍କୁ ଭେଟିବେ ମୋଦି ।

ମୋଦି ଜାପାନର ଓସାକାରେ ପହଁଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ  ସେଠାରେ ରହୁଥିବା ଭାରତୀୟ ।  ଜି-୨୦ ବୈଠକ ଓସାକାର ଇଣ୍ଟରନାସନାଲ ଏକଜିବିସନ ସେଣ୍ଟରଠାରେ ଅନୁଷ୍ଠିତ ହେବ । ମୋଦି ଏହି ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ସେ ମଧ୍ୟ ଅନ୍ୟ ବିଶ୍ବନେତାଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରମୁଖ୍ୟ ଭାବେ ଏହା ହେବ ମୋଦିଙ୍କର ୬ଷ୍ଠ ଜି-୨୦ ସମ୍ମିଳନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.