ଆଜି ୬ଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ : ସାମାଜିକ ଦୂରତ୍ବ ନିୟମ ମାନି ଘରେ ପରିବାର ସହ ଯୋଗ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିବେଦନ

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୬: ଆଜି ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ସମସ୍ତ ସାମାଜିକ ଦୂରତ୍ବ ନିୟମ ମାନି ଘରେ ପରିବାର ଲୋକଙ୍କ ସହିତ ଏହି ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଭିଡିଓ ବାର୍ତ୍ତାରେ ମୋଦି କହିଛନ୍ତି, ଏକ ଘଡିସନ୍ଧି ମୁହୂର୍ତ୍ତରେ ବିଶ୍ବ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସର ବାର୍ତ୍ତା ହେଉଛି ‘ଗୃହରେ ଯୋଗ ଓ ପରିବାର ସହିତ ଯୋଗ’ ।

ସେ ଆହୁରି କହିଛନ୍ତି, ଏକ ବିଶାଳ ମହାମାରୀ ବିରୋଧରେ ବିଶ୍ବ ସଂଗ୍ରାମ କରୁଛି । କିନ୍ତୁ କୋଭିଡ୍‍-୧୯ ସୃଷ୍ଟି କରିଥିବା ଅନେକଗୁଡିଏ ଆହ୍ବାନର ମୁକାବିଲା ପାଇଁ ଯୋଗ ବହୁମୁଖୀ ସମାଧାନର ମାର୍ଗ ଦର୍ଶାଉଛି । ଯୋଗ ଲୋକମାନଙ୍କୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ଜଣାଇବା ପାଇଁ ସୁଯୋଗ ଦେଇଥାଏ ।

ଏହା ଏକ ଦୃଢ ମନ ତଥା ସୁସ୍ଥ ଶରୀର ଗଠନରେ ମଧ୍ୟ ସହାୟକ ହୋଇଥାଏ । ମାନସିକ, ଶାରିରୀକ ଓ ମନସ୍ତାତ୍ତ୍ବିକ ଆହ୍ବାନଗୁଡିକର ସମ୍ମୁଖୀନ ହେବା ପାଇଁ ଯୋଗ ସାହାଯ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.