କରୋନା ଭୂତାଣୁକୁ ନେଇ ଆକ୍ସନରେ ମୋଦୀ ସରକାର, ସମସ୍ତ ରାଜ୍ୟ ଓ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହ କରିବେ ଆଲୋଚନା

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୦୩: ସମଗ୍ର ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୭୫ରେ ପହଞ୍ଚିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୮ଟାରେ ଦେଶକୁ ସମ୍ବୋଧିତ କରିବେ। ଦେଶବାସୀଙ୍କ ସହ କଥା ହେବା  ବ୍ୟତୀତ ପ୍ରଧାନମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ରାଜ୍ୟରେ କରୋନାକୁ ନେଇ ହୋଇଥିବା ପ୍ରସ୍ତୁତି, ସୁବିଧା ଓ ବ୍ୟବସ୍ଥା ଉପରେ ଆଲୋଚନା କରିବେ।

ମହାରାଷ୍ଟ୍ରର ସ୍ଵାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଗୁରୁବାର ଅପରାହ୍ନରେ କହିଛନ୍ତି ଯେ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମାମଲାରେ ଆଲୋଚନା କରିବେ।

wp:core-embed/twitter {"url":"https://twitter.com/ANI/status/1240560545255677953?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240560545255677953\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-conferencing-all-state-cm-health-ministers-1-1172866.html","type":"rich","providerNameSlug":"twitter","className":""}
https://twitter.com/ANI/status/1240560545255677953?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240560545255677953&ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-conferencing-all-state-cm-health-ministers-1-1172866.html
/wp:core-embed/twitter

ଉଲ୍ଲେଖଯୋଗ୍ୟ, ଦେଶରେ କରୋନାର ପ୍ରକୋପ ବୃଦ୍ଧିକୁ ଦେଖି କେନ୍ଦ୍ର ସରକାର ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଭିଡରୁ ନିବୃତ ରହିବା, ଘରେ ରହିବା ଓ ହାତକୁ ବାରମ୍ବାର ସାବୁନରେ ଧୋଇବା ସହିତ ସାବଧାନ ରହିବାକୁ ଅପିଲ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କ୍ରମାଗତ ସାମାଜିକ ଗଣମାଧ୍ୟମରେ କରୋନା ଭୂତାଣୁ ବିଷୟରେ ଅପଡେଟ୍ ଦିଆଯାଉଛି। ନିକଟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ବିଦେଶରୁ ଫେରିଥିବା ନିଜ ପରିବାର ସଦସ୍ୟଙ୍କୁ କ୍ଵାରାଣ୍ଟାଇନରେ ପଠାଇଲେ, ଏହା ଜାଣି ପ୍ରଧାନମନ୍ତ୍ରୀ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ଲାଗି ଉଦାହରଣ ସୃଷ୍ଟି କରନ୍ତୁ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ଉପରେ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଥିଲା ଯେ, ଗୁରୁବାର ସନ୍ଧ୍ୟା ୮ଟାରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ଵୋଧିତ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.