Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ମୋଦିଙ୍କ ବାରାଣାସୀ ଗସ୍ତ : ଜନତାଙ୍କୁ ଧନ୍ୟବାଦ ଜଣାଯିବା ସହ କାଶୀ ବିଶ୍ୱନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା

ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଗସ୍ତରେ ଯିବେ । ୪.୭୯ ଭୋଟ ଅନ୍ତରରେ ବାରାଣାସୀ ଲୋକସଭା ଆସନରେ ବିଜୟୀ ହୋଇଥିଲେ ମୋଦି । ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବାରାଣାସୀ ଯାତ୍ରା । ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ମୋଦି ଆଜି ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ ।


ମୋଦି ସଡକ ରାସ୍ତାରେ ପୋଲିସ ଲାଇନରୁ ବଂଶଫାଟକ ପର୍ଯ୍ୟନ୍ତ ଯିବେ । ସହରର ଅନେକ ରାସ୍ତାଦେଇ ମୋଦି ଯିବେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମୋଦି ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଏ ସମ୍ପର୍କରେ ମୋଦି ଶନିବାର ଦିନ ଟ୍ୱିଟ କରିଥିଲେ ।


ମୋଦିଙ୍କ ଗସ୍ତ ପାଇଁ ସହରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦିନ ନିଜେ କାଶୀ ବିଶ୍ୱନାଥ ମନ୍ଦିର ଯାଇ ପ୍ରସ୍ତୁତି ବ୍ୟବସ୍ଥା ତଦାରଖ କରିଥିଲେ । ଜିଲ୍ଲା ଅଧିକାରୀ ଏବଂ ଏସଏସପି ମଧ୍ୟ ପ୍ରସ୍ତୁତି ବ୍ୟବସ୍ଥା ତଥା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ମୋଦିଙ୍କ ସୁରକ୍ଷା ପାଇଁ ସହର ସାରା ସୁରକ୍ଷାକର୍ମୀ, ଅର୍ଧସୈନିକବଳ ଓ ବିଶେଷ ସୁରକ୍ଷା ଦଳ ନିୟୋଜିତ କରାଯାଇଛି ।

68 Views

   ସମ୍ବନ୍ଧିତ ଖବର