Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ, ଦେଖନ୍ତୁ ଚନ୍ଦ୍ରୟାନ-୨ର ଅବତରଣ ଓ ସେୟାର କରନ୍ତୁ ଐତିହାସିକ କ୍ଷଣର ଫଟୋ

6/09/2019 at 9:20 PM

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କୁ ଚନ୍ଦ୍ରପୃଷ୍ଠରେ ‘ଚନ୍ଦ୍ରୟାନ-୨’ ଅବତରଣ ବେଳେ ଐତିହାସିକ କ୍ଷଣର ସାକ୍ଷୀ ହେବାକୁ ନିବେଦନ କରିଛନ୍ତି। ଚନ୍ଦ୍ରପୃଷ୍ଠରେ ଯାନର ଅବତରଣ ପ୍ରକ୍ରିୟାକୁ ଦେଖିବା ସହ ଅଧିକରୁ ଅଧିକ ଲୋକେ ସୋସାଲ ମିଡିଆରେ ଏହାର ଫଟୋ ସେୟାର କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆଗ୍ରହ ବ୍ୟକ୍ତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ ବାର୍ତ୍ତାରେ ‘ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବରେ ଚନ୍ଦ୍ରୟାନ-୨ର ଅବତରଣ ବେଳର ଏହି ବିଶେଷ କ୍ଷଣକୁ ଦେଖନ୍ତୁ ଓ ଏହାର ଫଟୋକୁ ସୋସାଲ ମିଡିଆରେ ସେୟାର କରନ୍ତୁ, ମୁଁ ଏହାର ରି ଟ୍ୱିଟ୍ କରିବି’ ବୋଲି ଉଲ୍ଲେଖ କରିଛନ୍ତି।

ଚନ୍ଦ୍ରୟାନ-୨ର ଚନ୍ଦ୍ରପୃଷ୍ଠରେ ଚୂଡାନ୍ତ ଅବତରଣ ବେଳର ପ୍ରକ୍ରିୟା ଦେଖିବା ଲାଗି ପ୍ରଧାନମନ୍ତ୍ରୀ ନିଜେ ଇସ୍ରୋର ବେଙ୍ଗାଲୁରୁସ୍ଥିତ ମୁଖ୍ୟାଳୟରେ ଉପସ୍ଥିତ ରହିବେ। ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଚନ୍ଦ୍ରୟାନ-୨ ଅବତରଣର ପ୍ରଧାନମନ୍ତ୍ରୀ ନିଜେ ସାକ୍ଷୀ ହେବେ ବୋଲି ଇସ୍ରୋର ଅଧିକାରୀମାନେ ସୂଚନା ଦେଇଛନ୍ତି। ସେ ଉପଗ୍ରହ ନିୟନ୍ତ୍ରଣ କେନ୍ଦ୍ର (ଏସସିସି), ଇସ୍ରୋ ଟେଲିମେଟ୍ରି ଟ୍ରେକିଂ ଏଣ୍ଡ କମାଣଅଡ ନେଟୱାର୍କ (ଆଇଏସଟିଆରଏସି) ରେ ରହି ଅବତରଣର ପ୍ରତ୍ୟକ୍ଷ ଅନୁଭୂତି କରିବେ।

ଏଥିଲାଗି ପୂର୍ବରୁ ଇସ୍ରୋ ପକ୍ଷରୁ ଅଷ୍ଟମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ପେସ୍ କ୍ୱିଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୋଦି ଏହି ଅବସରରେ କ୍ୱିଜ୍ ବିଜେତାଙ୍କୁ ଭେଟିବା ସହ ସେମାନଙ୍କ ସଙ୍ଗେ କଥାବାର୍ତ୍ତା ମଧ୍ୟ କରିବେ। ତେବେ ମୋଦିଙ୍କ ଏହି ଇସ୍ରୋ ଗସ୍ତ କାର୍ଯ୍ୟକ୍ରମ ଦେଶର ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ମନୋବଳ ବୃଦ୍ଧି କରିବା ସହ ଯୁବକଙ୍କ ମଧ୍ୟରେ ପ୍ରଶ୍ନ ପଚାରିବାର ଭାବନାକୁ ବଳ ମିଳିବ ବୋଲି ଇସ୍ରୋ ଅଧିକାରୀମାନେ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରୟାନ-୨ ମିସନ ଭାରତର ହୃଦୟ ଓ ଭାବନାରେ ଥିବା କହିଥିଲେ।  

   Related Posts