ଜୟପୁର ପହଞ୍ଚିବା ପୂର୍ବରୁ ମୋଦିଙ୍କ ଟ୍ବିଟ୍ : ‘ରାଜ୍ୟରେ ବିଜେଡି ସରକାର ବିଫଳ’

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର ୨୯|୩ :  ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ ଜିଲ୍ଲାର ଜୟପୁରଠାରେ ପହଞ୍ଚି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ମୋଦିଙ୍କ ଏହି ସଭାରୁ ରାଜ୍ୟରେ ବିଜେପିର ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ ହେବ । କିନ୍ତୁ ମୋଦି ଜୟପୁର ଆସିବା ପୂର୍ବରୁ ଟ୍ବିଟ୍ କରି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଜାତୀୟ ସ୍ତରରରେ କଂଗ୍ରେସକୁ କାଟାକ୍ଷ ଓ ଟାର୍ଗେଟ୍ କରୁଥିବା ମୋଦି ଆଜି ସିଧାସଳଖ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଟ୍ବିଟ୍ ରେ କହିଛନ୍ତି ଯେ, ରାଜ୍ୟରେ ବିଜେଡି ସରକାର ସବୁମତେ ବିଫଳ ହୋଇଛି । ମୋଦିଙ୍କ ଏହି ଟ୍ବିଟ୍ ରୁ ଜୟପୁର ସଭାରେ ମୋଦି ଯେ ବିଜେଡି ଉପରେ ବର୍ଷିବେ ଏହା ସ୍ପଷ୍ଟ ହୋଇଛି ।  

{"id":98006,"width":580,"height":559}

ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ଟି ବିଧାନସଭାମଣ୍ଡଳୀକୁ ଟାର୍ଗେଟ୍ କରି ଆଜି ଜୟପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ଆୟୋଜନ କରାଯାଇଛି। ନିର୍ବାଚନ ବିଜ୍ଞପ୍ତି ପରେ ନରେନ୍ଦ୍ର ମୋଦିଙ୍କର ଏହା ପ୍ରଥମ ଓଡିଶା ଗସ୍ତ । ଏହାପରେ ମୋଦି ୨ତାରିଖ ଦିନ ପୁଣି ଓଡିଶା ଆସି କଳାହାଣ୍ଡିରେ ନିର୍ବାଚନୀ ସଭା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.